ଫିଲ୍ମ ଫ୍ରାଇଡେ’ରେ ବଡ ପଦାରେ ମୁକ୍ତିଲାଭ କରିଛି ଫିଲ୍ମ ‘ଲୁକ୍କା ଛୁପୀ’. ବଲିଉଡରେ ସୋନୁ ନାମରେ ଲୋକପ୍ରିୟତା ହାସଲ କରିପାରିଥିବା ଅଭିନେତା କାର୍ତ୍ତିକ ଆର୍ୟନ ଓ ଅଭିନେତ୍ରୀ କ୍ରୀତି ସାନନଙ୍କୁ ଏଥିରେ ଦେଖିବାକୁ ମିଳିବ. ତେବେ ଏହି ଫିଲ୍ମକୁ ଦେଖିବା ପାଇଁ ସିନେପ୍ରେମୀଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି. ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶଙ୍କ ଅନୁସାରେ, ଭାରତର ପ୍ରାୟ 2100ଟି ସ୍କ୍ରିନରେ ଏହାକୁ ରିଲିଜ କରାଯାଇଛି. ଆଉ ଯଦି ୱାର୍ଲଡ ୱାଇଡ କଥା କୁହାଯାଏ, ତେବେ ସମୁଦାୟ ଉପରେ 2500ଟି ସ୍କ୍ରିନରେ ଏହାର ରିଲିଜ କରାଯାଇଛି.  ଅନ୍ୟପଟେ ଫିଲ୍ମ ଫ୍ରାଇଡେ’ରେ ବଡ ପରଦାକୁ ଆସିଛି ସୁଶାନ୍ତ ସିଂହ ରାଜପୁତଙ୍କ ଫିଲ୍ମ ‘ସୋନ୍ ଚିଡିୟା’. ଏହି ଫିଲ୍ମର ନିର୍ଦ୍ଦେଶନା ଅଭିଷେକ ଚୌବେ ଦେଇଥିବା ବେଳେ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ରୋନି ସ୍କ୍ରିଉୱାଲା. ସୁଶାନ୍ତଙ୍କ ବ୍ୟତୀତ ଏଥିରେ ଭୂମି ପେଡନେକର, ମନୋଜ ବାଜପେୟୀ, ରଣବୀର ସୋରେ ଓ ଆଶୁତୋଷ ରାଣାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ

LEAVE A REPLY

Please enter your comment!
Please enter your name here