ଛାତିଥରା ଦୃଶ୍ୟ ଏବଂ ଅବିକଳ ଶିବସେନା ପ୍ରତିଷ୍ଠାତା ସ୍ୱର୍ଗତ ବାଲ୍‌ସାହେବ୍‌ ବା ବାଲ୍‌ ଠାକ୍‌ରେଙ୍କ ଠାଣିରେ ରିଲିଜ୍‌ ହୋଇଛି ଫିଲ୍ମ ‘ଠାକ୍‌ରେ’ର ଫାର୍ଷ୍ଟ ଟ୍ରେଲର. ଶିବସେନା ସଭାପତି ତଥା ବାଲ୍‌ସାହେବ୍‌ଙ୍କ ପୁଅ ଉଦ୍ଧବ ଠାକ୍‌ରେଙ୍କ ଉପସ୍ଥିତିରେ ଏହି ଟ୍ରେଲର ରିଲିଜ୍‌ ହୋଇଛି.  ଫିଲ୍ମରେ ଶିବସେନା ପ୍ରତିଷ୍ଠାତାଙ୍କ ଭୂମିକାରେ ନଜର ଆସିଛନ୍ତି ନୱାଜୁଦ୍ଦିନ୍‌ ସିଦ୍ଦିକି ଏବଂ ପତ୍ନୀ ମୀନା ତାଇ ଠାକ୍‌ରେଙ୍କ ଭୂମିକାରେ ନଜର ଆସିଛନ୍ତି ଅମୃତା ରାଓ. ଫିଲ୍ମର ସ୍କ୍ରିପ୍ଟ ଶିବସେନା ସାଂସଦ ସଞ୍ଜୟ ରାଉତ ଲେଖିଥିବା ବେଳେ ସେ ନିଜେ ଏହାର ପ୍ରଯୋଜନା ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି. ଅନ୍ୟପଟେ ଅଭିଜିତ୍ ପାଂଶେ ଏହାର ନିର୍ଦ୍ଦେଶନା ଦେଇଛନ୍ତି. ତେବେ ସଞ୍ଜୟ ଅନେକ ଦିନ ପୂର୍ବରୁ ବାଲ ଠାକରେଙ୍କ ଉପରେ ଫିଲ୍ମ ନିର୍ମାଣ କରିବା ପାଇଁ ଚାହୁଁଥିଲେ ବୋଲି ପ୍ରକାଶ କରିଛନ୍ତି. ପରେ ବାଲ ଠାକରେଙ୍କ ପୁଅ ଓ ଶିବସେନା ମୁଖ୍ୟ ଉଦବ ଠାକରେଙ୍କ ଅନୁମତି ପରେ ସଞ୍ଜୟଙ୍କ ସ୍ୱପ୍ନ ସତ ହେଲା ବୋଲି କହିଛନ୍ତି. ଜାନୁଆରୀ ୨୫ରେ ଫିଲ୍ମଟି ପରଦାକୁ ଆସିବ.

LEAVE A REPLY

Please enter your comment!
Please enter your name here