କିଛି ମାସ ହେବ ବଲିଉଡ୍‌ ଅଭିନେତା ରଣବୀର ସିଂ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବିବାହକୁ ନେଇ ବି-ଟାଉନରେ ଚର୍ଚ୍ଚା ଲାଗି ରହିଛି । ଏହି ଦୁହିଁଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ଲାଗିରହିଥିବାବେଳେ ରଣବୀର ଏବଂ ଦୀପିକା ଏ ନେଇ ପୂର୍ବରୁ କୌଣସି ପ୍ରତିକ୍ରିୟା ରଖୁ ନଥିଲେ । କିନ୍ତୁ ଏବେ ପ୍ରଥମ ଥର ପାଇଁ ନିଜ ବିବାହର ତାରିଖ ସ୍ପଷ୍ଟ କରିଛନ୍ତି ଦୀପ୍‌-ବୀର । ଇନ୍‌ଷ୍ଟାଗ୍ରାମରେ ନିମନ୍ତ୍ରଣ ପତ୍ରର ଫଟୋ ପୋଷ୍ଟ କରି ଦୁହେଁ ସମସ୍ତଙ୍କ ଆଶୀର୍ବାଦ କାମନା କରିଛନ୍ତି । ସୁଚନା ଅନୁସାରେ ନଭେମ୍ବର ୧୫ରେ ଏମାନେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ପୋଷ୍ଟ କରାଯାଇଥିବା ଫଟୋରେ ବିବାହର ତାରିଖ ନଭେମ୍ବର୧୪ ଏବଂ ୧୫ ଲେଖାଯାଇଥିବା ଦେଖାଯାଇଛି । ଏହି ଫଟୋ ପୋଷ୍ଟ ହେବା ପରେ ଦୀପ୍‌-ବୀରଙ୍କ ପ୍ରଶଂସକଙ୍କ ମନରେ ବହୁ ଦିନରୁ ଥିବା ଦ୍ୱନ୍ଦ୍ୱ ଦୂର ହୋଇଛି ।

LEAVE A REPLY

Please enter your comment!
Please enter your name here