ବଲିଉଡ୍ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଓ ଆମେରିକୀୟ ଅଭିନେତା ତଥା ଗାୟକ ନିକ୍ ଜୋନ୍ସ ରବିବାରଦିନ ରାଜସ୍ଥାନର ଯୋଧପୁରସ୍ଥିତ ଉମେଦ ଭବନ ପ୍ୟାଲେସରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି. ଏହି ପ୍ରେମୀଯୁଗଳ ଶନିବାରଦିନ ଖ୍ରୀଷ୍ଟିୟାନ ପରମ୍ପରା ଅନୁସାରେ ବିବାହ କରିଥିବା ବେଳେ ରବିବାରଦିନ ହିନ୍ଦୁ ପରମ୍ପରା ଅନୁସାରେ ବିବାହ କରିବେ ବୋଲି ସୂଚନା ରହଛି. ତେବେ ବିବାହରେ ପ୍ରିୟଙ୍କା ରାଲଫ୍ ଲୌରେନର ଏକ ଗାଉନ ପିନ୍ଧିଥିଲେ ଏବଂ ନିକ୍ ମଧ୍ୟ ରାଲଫ୍ ଲୌରେନ ପୋଷାକ ପରିଧାନ କରିଥିଲେ. ଦୁହେଁ ଏହି ପୋଷାକରେ ଅତି ସୁନ୍ଦର ମଧ୍ୟ ଦେଖାଯାଉଥିଲେ. ତେବେ ପରିବାର ସଦସ୍ୟ ଓ ବନ୍ଧୁବାନ୍ଧବଙ୍କ ଗହଣରେ ଏହି ବିବାହ ଉତ୍ସବଟି ଅତି ଆନନ୍ଦର ସହ ସଂପନ୍ନ ହୋଇଛି. ଏହାଛଡା ଦୀପିକାଙ୍କ ପରି ପ୍ରିୟଙ୍କାଙ୍କ ବିବାହରେ ମଧ୍ୟ ମୋବାଇଲ ଏବଂ କ୍ୟାମେରାକୁ ବାରଣ କରାଯାଇଥିଲା. ତେବେ ବିବାହରେ ଉପସ୍ଥିତ ଥିବା ବ୍ୟକ୍ତିଙ୍କ ମଧ୍ୟରେ ସଲମାନ୍ ଖାନ୍, ଭଉଣୀ ଅର୍ପିତା, ନିତା ଅମ୍ବାନୀ, ମୁକେଶ ଅମ୍ବାନୀ, ପରିଣୀତି ଚୋପ୍ରା, ସୋଫି ଟର୍ନର, ମଧୁ ଚୋପ୍ରା ପ୍ରମୁଖ ଅତିଥି ଉପସ୍ଥିତ ଥିଲେ.

LEAVE A REPLY

Please enter your comment!
Please enter your name here