ଆସନ୍ତା ନଭେମ୍ବର 14 ଓ 15 ତାରିଖରେ ବିବାହ କରିବାକୁ ଯାଉଛନ୍ତି ଚର୍ଚ୍ଚିତ ଯୋଡି ଦୀପିକା ପାଦୁକୋନ ଓ ରଣବୀର ସିଂ. ବିବାହ ପାଇଁ ପ୍ରସ୍ତୁତି ଜୋରସର ଚାଲିଥିବା ବେଳେ ଦୁହେଁ ପରିବାର ସହ ଇଟାଲୀ ଯାଇଛନ୍ତି. ଦୁହିଁଙ୍କୁ ନିଜ ପରିବାର ସହ ଶନିବାର ଦିନ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା. ତେବେ, ବୋହୂ ବନିବାକୁ ଯାଉଥିବା ଦୀପିକା ଏକ ଧଳା ରଂଙ୍ଗର ଡ୍ରେସରେ ନଜର ଆସିଥିଲେ ଓ ରଣବୀର ମଧ୍ୟ ଏକ ଧଳା ରଙ୍ଗର ସୁଟ ପିନ୍ଧିଥିଲେ. ଦୀପିକା ଏୟାରପୋର୍ଟରେ, ହେବାକୁ ଥିବା ଶାଶୂ-ଶ୍ୱଶୁର ଓ ନଣନ୍ଦଙ୍କ ସହ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଥିଲା ଅନ୍ୟପଟେ ବାଜିରାଓ ରଣବୀର ସିଂ ମସ୍ତାନୀ ଦୀପିକାଙ୍କ ହାତ ଧରି ଇଟାଲୀ ବାହାରିଥିଲେ.

 

LEAVE A REPLY

Please enter your comment!
Please enter your name here