‘ଉଡ଼ତା ପଞ୍ଜାବ’ ପରେ ଏବେ ଦିଲଜିତ୍ ଙ୍କ ସୁରମା ବକ୍ସ ଅଫିସରେ କମାଲ କରୁଛି. ରିଲିଜ୍ ର ପାଞ୍ଚ ଦିନ ପରେ ଫିଲ୍ମଟି 17 କୋଟି ଟଙ୍କା ରୋଜଗାର କରିସାରିଲାଣି.
ଏବେ ରିୟଲ ଷ୍ଟୋରୀର ଚାହିଦାକୁ ନଜରରେ ରଖି ଫିଲ୍ମଗୁଡ଼ିକ ରିଲିଜ ହେଉଥିବା ବେଳେ ଏହି ଫିଲ୍ମଗୁଡିକ ମଧ୍ୟ ଦର୍ଶକଙ୍କ ମନକୁ ମଧ୍ୟ ବେଶ୍ ଛୁଇଁପାରୁଛି.
ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ସନ୍ଦିପ୍ ସିଂହ ଙ୍କ ଚରିତ୍ରରେ ଅଭିନୟ କରୁଥିବା ଦିଲଜିତ୍ ଙ୍କ ଅଭିନୟକୁ ଦର୍ଶକ ମହଲରେ ବେଶ ଖ୍ୟାତି ମିଳିଛି.
ରିଲିଜ୍ ଦିନ ଫିଲ୍ମଟି 3.20 କୋଟି, ଶନିବାର ଦିନ 5.05, ରବିବାର ଦିନ 5.60, ସୋମବାର ଦିନ 2 କୋଟି, ମଙ୍ଗଳବାର ଦିନ 1.94 ରୋଜଗାର କରିଥିଲା.
ଦିଲଜିତ୍ ଙ୍କ ସହ ସ୍କ୍ରିନ୍ ସେୟାର କରୁଛନ୍ତି ତାପସୀ ପନୁ.

LEAVE A REPLY

Please enter your comment!
Please enter your name here