ବଲିଉଡରେ ବର୍ତ୍ତମାନ ଚାଲିଛି ୱେଡିଂ ସିଜିନ୍. ଜଣକ ପରେ ଜଣଙ୍କର ବାଜୁଛି ସାହାନାଇ. ଗତ କିଛିଦିନ ପୂର୍ବରୁ ଦୀପିକା-ରଣବୀରଙ୍କର ଇଟାଲୀରେ ବିବାହ ସମ୍ପନ୍ନ ହୋଇଥିବା ବେଳେ ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ହଲିଉଡ୍ ଅଭିନେତା ତଥା କଣ୍ଠଶିଳ୍ପୀ ନିକ୍ ଜୋନ୍ସ ଓ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା. ଦୁହେଁ ନିଜ ପରିବାର ସହ ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଥିବା ବେଳେ ବିବାହ ପାଇଁ ଯୋଦ୍ଧପୁର ଗମନ କରିଛନ୍ତି. ତେବେ ଏୟାରପୋର୍ଟରେ ନିକ୍-ପ୍ରିୟଙ୍କା ଉଭୟ ପରିବାର ସହ ବେଶ୍ ଖୁସିଥିବା ଦେଖିବାକୁ ମିଳିଥିଲା. ତେବେ  ଯୋଧପୁର ଉମେଦ୍ ଭବନ ପ୍ୟାଲେସ୍ ରେ  ଭାରତୀୟ ରୀତିନୀତିରେ ସମସ୍ତ ବିବାହ କାର୍ଯ୍ୟ ସଂପାଦନ ହେବ ବୋଲି ସୂଚନା ମିଳିଛି.

LEAVE A REPLY

Please enter your comment!
Please enter your name here