‘ବର୍ଡର’ ଫିଲ୍ମ ପରେ ଏଥର ‘ପଲଟନ’. ଜେ.ପି ଦତ୍ତାଙ୍କ ଫିଲ୍ମରେ ଦ୍ୱିତୀୟ ଥର ଦର୍ଶକ ଦେଖିବାକୁ ପାଇବେ ଦେଶ ପ୍ରେମର ନିଆଁ. ଏତେ ବର୍ଷ ପରେ ବି ଫିଲ୍ମ ‘ବର୍ଡର’ ଦର୍ଶକଙ୍କ ମନରେ ସତେଜ ରହିଛି. ଆଉ ଏବେ ଅପେକ୍ଷା ଦତ୍ତାଙ୍କ ‘ପଲଟନ’ ଫିଲ୍ମକୁ.

‘ପଲଟନ’ର ଟ୍ରେଲର ରିଲିଜ ହୋଇସାରିଥିବା ବେଳେ ଏହାକୁ କିଛି ଘଣ୍ଟା ମଧ୍ୟରେ 21 ଲକ୍ଷରୁ ଅଧିକ ଥର ଭ୍ୟୁ କରାଯାଇସାରିଛି. 1967 ରେ ଚୀନ ସହିତ ସିକ୍କିମର ନାଥୁଲା ରେ ହୋଇଥିବା ଯୁଦ୍ଧକୁ ଫିଲ୍ମରେ ଦେଖାଇବାକୁ ଚେଷ୍ଟା କରାଯାଇଛି.

ଫିଲ୍ମରେ ଦର୍ଶକ ଦେଖିବାକୁ ପାଇବେ ସୁପର ଷ୍ଟାରମାନଙ୍କୁ. ସୋନୁ ସୁଦ, ଜ୍ୟାକି ସ୍ରଫ୍, ସିଦ୍ଧାର୍ଥ କପୁର, ଅର୍ଜୁନ ରାମପାଲ, ହର୍ଷବର୍ଦ୍ଧନ ରାଣେ ଓ ଗୁରମିତ ଚୌଧୁରୀଙ୍କୁ ଦେଖିବାକୁ ମିଳିବ ଏହି ଫିଲ୍ମରେ. ଫିମେଲ ଆକ୍ଟଟ୍ରେସ୍ ମାନଙ୍କ ମଧ୍ୟରେ ଅଛନ୍ତି ଈଷା ଗୁପ୍ତା, ଦୀପିକା କକ୍କର, ମୌନିକା ଗିଲ୍ ଓ ସୋନଲ ଚୌହାନ.

ଏଭଳି କଡ଼କ ଫିଲ୍ମର ଟ୍ରେଲର ଦେଖିବା ପରେ ଦର୍ଶକ ଅପେକ୍ଷା କରି ରହିଛନ୍ତି ସେପ୍ଟେମ୍ବର 7 ତାରିଖକୁ ଯେଉଁଦିନ ହଲ୍ କୁ ଆସିବ ଫିଲ୍ମ.

LEAVE A REPLY

Please enter your comment!
Please enter your name here