ଆଇଏଏସ ଚାକିରୀ ଛାଡି ବିଜେପିରେ କାହିଁକି ଯୋଗଦେଲେ ଅପରାଜିତା ଷଡଙ୍ଗୀ. ଅପରାଜିତାଙ୍କ ରାଜନୀତିରେ ଯ଼ୋଗଦାନକୁ ନେଇ ଅନେକ ଚର୍ଚ୍ଚା. ବିଜେଡି ସରକାରରେ ସେ ଓଡିଶାରେ ବିଏମସି ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଥିବା ବେଳେ ବେଶ୍ ଚର୍ଚ୍ଚାରେ ଥିଲେ. ତାଙ୍କ କାମ କରିବାର ଢଙ୍ଗ ହିଁ ତାଙ୍କୁ ଚର୍ଚ୍ଚିତ କରୁଥିଲା. ରାଜ୍ୟରେ ବହୁ ଆଇଏଏସ ଅଧିକାରୀ କାମ କରୁଛନ୍ତି, କିନ୍ତୁ ଚର୍ଚ୍ଚାରେ ରହୁଥିବା ଆଇଏଏସ ଅଫିସର ଭାବେ ଅପରାଜିତା ଟିକେ ଅଲଗା. ଏମିତିକି ତାଙ୍କ ସ୍ବାମୀ ବି ଆଇଏଏସ ଅଫିସର ହୋଇଥିଲେ ମଧ୍ୟ ଅପରାଜିତାଙ୍କ ଭଳି ଚର୍ଚ୍ଚିତ ନୁହଁନ୍ତି. ତେବେ ବିଭିନ୍ନ ପଦପଦବୀରେ ଥିବା ବେଳେ ଖୁବ ଦକ୍ଷତାର ସହ କାମ କରୁଥିବା ଅପରାଜିତା ହଠାତ ରାଜନୀତିକୁ ଆସିବାକୁ ମନ ବଳେଇଲେ କାହିଁକି ? ପୁଣି ବିଜେଡି ସରକାରରେ ବିଭିନ୍ନ ବିଭାଗରେ କାମ କରିବା ପରେ କେନ୍ଦ୍ରକୁ ଡେପୁଟେସନରେ ଯାଇଥିଲେ. ଯଦି ରାଜନୀତିକୁ ଆସିଲେ, ତେବେ ବିଜେପି କାହିଁକି ? ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ବିଜେଡି ନେତାଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିଲା. କୋଉଠି ଅସୁବିଧା ରହିଲା ଅପରାଜିତାଙ୍କର ? ବିଜେଡି ବଦଳରେ ବିଜେପିକୁ ପସନ୍ଦ କରିବା ପଛରେ କିଛି ତ ରାଜ୍ ରହିଛି. ଯାହା କୁହାଯାଉଛି, ଅପରାଜିତାଙ୍କ ବିଜେପି ରାଜନୀତି ପଛରେ ରହିଛି ବିଜେଡି ବିରୋଧରେ ଆକ୍ରୋଶ. ସେ ଚାକିରୀ ଛାଡି ରାଜନୀତି କରିବାକୁ ଏବେ ଚାହୁଁ ନଥିଲେ ବି ପରିସ୍ଥିତି ତାଙ୍କୁ ବିଜେପିରେ ଯୋଗ ଦେବାକୁ ବାଧ୍ୟ କରିଛି. ପ୍ରଶାସନିକ ସେବାରେ ଥିବା ବେଳେ କୋଉଠି ନା କୋଉଠି ତାଙ୍କ ଭିତରେ ବିଜେଡି ବିରୋଧରେ ଅସନ୍ତୋଷ ଦାନା ବାନ୍ଧିଛି. ସେହି ଅସନ୍ତୋଷ ପାଇଁ ସେ ବିଜେପିର ବିକାଶ ନାରାକୁ ଆଧାର କରି ବିଜେପିରେ ଯୋଗ ଦେଇଛନ୍ତି. ବିଜେପିର ବିକାଶ ସ୍ଲୋଗାନ ତାଙ୍କୁ ଭଲ ଲାଗିଛି, କିନ୍ତୁ ନବୀନଙ୍କ ବିକାଶ ତାଙ୍କୁ ଖୁସି କରିପାରିନାହିଁ.

LEAVE A REPLY

Please enter your comment!
Please enter your name here