ବିବାହ ବନ୍ଧନେ ବାନ୍ଧି ହେବାକୁ ଯାଉଛନ୍ତି ନିତା ଓ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ. ଇଶା ତାଙ୍କର ବହୁ ଦିନର ବନ୍ଧୁ ତଥା ଶିଳ୍ପପତି ଆନନ୍ଦ ପିରାମଲଙ୍କୁ ବିବାହ କରିବେ ଏବଂ ଏହି ବିବାହ ଡିସେମ୍ବର 12 ତାରିଖ ଦିନ ମୁମ୍ବାଇରେ ଅନୁଷ୍ଠିତ ହେବ. ଏହି ବିବାହରେ ଅମ୍ବାନୀଙ୍କ ପରିବାର ସହ ଅତି ନିକଟତର ବନ୍ଧୁ ଓ ବଲିଉଡର ନାମୀଦାମୀ କଳାକାର ସାମିଲ ହେବାର କାର୍ଯ୍ୟକ୍ରମ ରହିଛି. ଇଶାଙ୍କ ବିବାହ ସଂପୂର୍ଣ୍ଣରୂପେ ପାରମ୍ପରିକ ପ୍ରଥା, ରୀତିନୀତି ଓ ସଂସ୍କତିକୁ ନେଇ ହେବ ବୋଲି କହିଛନ୍ତି ମୁକେଶ ଅମ୍ବାନୀ. ତେବେ ଏହି ବିବାହକୁ ନେଇ ଉଭୟ ପରିବାର ବେଶ୍ ଖୁସି ଥିବା ପ୍ରକାଶ କରିଛନ୍ତି.

 

LEAVE A REPLY

Please enter your comment!
Please enter your name here