ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି ବଲିଉଡ ଆକ୍ଟ୍ରେସ ପୂଜା ବତ୍ରା । ଫିଲ୍ମ ବିଶ୍ୱବିଧାତା ଜରି÷ଆରେ ନୁଆକି ବଲିଉଡରେ ପାଦ ରଖିବାକୁ ଯାଉଥିବା ଅଭିନେତ୍ରୀ ପୂଜା ବତ୍ରା ଆଜି ତାଙ୍କ ବିବାହକୁ ନେଇ ଖୁଲାସା କରିଛନ୍ତି । ବହୁତ ଦିନ ଧରି ଭଲପାଇବା ପରେ ଶେଷରେ ସେ ତାଙ୍କ କ୍ରସ୍ ତଥା ବଲିଉଡ ଅଭିନେତା ନବାବ ସାହଙ୍କୁ ବିବାହ କରିଛନ୍ତି । ପାରମ୍ପାରିକ ରୀତିନୀତି ଅନୁଯାୟୀ ଦୁହେଁ ବିବାହ କରିଛନ୍ତି । ତେବେ ଖୁବଶୀଘ୍ର ସେମାନେ ରେଜେଷ୍ଟ୍ରି ମ୍ୟାରେଜ୍ କରିବାକୁ ଯାଉଛନ୍ତି ବୋଲି ପୂଜା ଗଣମାଧ୍ୟମ ଆଗରେ କହିଛନ୍ତି । ଦୁହିଁଙ୍କ ବିବାହକୁ ନେଇ ପରିବାର ଲୋକେ ଏବଂ ବନ୍ଧୁବାନ୍ଧବ ବେଶ ଖୁସି ଅଛନ୍ତି । ଖାଲି ଏତିକି ନୁହେଁ ଏବେ ଏହି ଦୁହିଙ୍କ ଫୋଟ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ।

LEAVE A REPLY

Please enter your comment!
Please enter your name here