2018 ପରେ 2019ରେ ମଧ୍ୟ ବଲିଉଡରେ ଦେଖିବାକୁ ମିଳିବ ବିବାହ ସିଜିନ. କାରଣ ଏବେ ସାରା ଜୀବନ ଗୋଟିଏ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉଡ ଷ୍ଟାର ରଣବୀର କପୁର ଓ ଆଲିଆ ଭଟ୍ଟ. ମିଳିଥିବା ସୂଚନା ଅନୁସାରେ, ଏ ହୁହିଁଙ୍କର ବହୁତ ଜଲଦି ନିର୍ବନ୍ଧ ହେବ ବୋଲି ସୂଚନା ମିଳିଛି. ବଲିଉଡର ନାମୀ କପୁର ଖାନଦାନର ଚତୁର୍ଥ ପୀଢିର ଷ୍ଟାର ରଣବୀର ଓ ପ୍ରସିଦ୍ଧ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ଝିଅ ଆଲିଆଙ୍କ ଆସନ୍ତା ଜୁନରେ ନିର୍ବନ୍ଧ ହେବ ବୋଲି କୁହାଯାଉଛି. ତେବେ କିଛି ବର୍ଷ ଧରି ଦୁହେଁଦୁହିଁଙ୍କୁ ଡେଟ୍ କରୁଥିବା ଖବର ପୂର୍ବରୁ ଗଣମାଧ୍ୟମରେ ପ୍ରକାଶ ପାଇଥିଲା. ରଣବୀର ଓ ଆଲିଆ ନିୟୁର୍କରେ ନୂଆବର୍ଷ କଟାଇ ଫେରିଥିବା ବେଳେ ରଣବୀରଙ୍କ ଭଉଣୀ ରିଧିମା କପୁର ଆଲିଆଙ୍କୁ ଏକ ମୁଦି  ଉପହାର ମଧ୍ୟ ଦେଇଛନ୍ତି, ଯାହା ଉପରେ ଏଆର ମଧ୍ୟ ଲେଖାଥିଲା. ରିପୋର୍ଟ ଅନୁସାରେ, ରଣବୀରଙ୍କ ମା’ ନିତୁ କପୁର, ଆଲିଆ ଓ ତାଙ୍କ ପରିବାରର ଫଟୋ ମଧ୍ୟ ସୋସିଆଲ ମିଡିଆରେ ବହୁତ ଥର ଶେୟାର କରିଛନ୍ତି. ଜୁନରେ ଏ ଦୁହିଁଙ୍କ ନିର୍ବନ୍ଧ ହେବ ବୋଲି ଉଭୟଙ୍କ ପରିବାର ତରଫରୁ ଘୋଷଣା କରାଯାଇଛି. ରିଧିମା କପୁର ମୁଦି ଦେବା ପୂର୍ବରୁ ଆଲିଆଙ୍କୁ ମଧ୍ୟ ଏକ ହୀରାର ବ୍ରେସଲେଟ ଗିଫ୍ଟ କରିସାରିଛନ୍ତି. ଅୟାନ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ରଣବୀର ଓ ଆଲିଆ ଏକାଠି ନଜର ଆସିବେ. ବର୍ତ୍ତମାନ ଏହି ଫିଲ୍ମର ସୁଟିଂ ଚାଲୁଅଛି.

 

 

LEAVE A REPLY

Please enter your comment!
Please enter your name here