ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ର ଟ୍ରେଲର ରିଲିଜ ପରେ ବିବାଦ ଘେରକୁ ଏହି ଫିଲ୍ମ ଆସିଥିଲା. ମାତ୍ର ଅନେକ ବିବାଦ ପରେ ଶେଷରେ ଫିଲ୍ମ ଫ୍ରାଇଡେରେ ଏହି ଫିଲ୍ମଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି. ବିଜୟ ରତ୍ନାକର ଗୁଡ୍ଡେଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅନୁପମ ଖେର୍, ଅକ୍ଷୟ ଖାନ୍ନା, ସୁଜେନ ବନେଟ, ଅହନା କୁମରା ଏବଂ ଅର୍ଜୁନ ମାଥୁର ଲିଡ ରୋଲରେ ନଜର ଆସିଛନ୍ତି. ଏହି ଫିଲ୍ମଟିକୁ ଏକ ବିଶେଷ ଧରଣର ଏଜେଣ୍ଡା ସହ ନିର୍ମାଣ କରାଯାଇଛି.  ଫିଲ୍ମରେ ଗୋଟିଏପଟେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ‘ସିଂ ଇଜ କିଙ୍ଗ’ ବୋଲି କୁହାଯାଇଥିବା ବେଳେ ଅନ୍ୟପଟେ ଦୁର୍ବଳ ଓ ମହାଭାରତର ଭୀଷ୍ମ ପିତାମହ ବୋଲି କୁହାଯାଇଛି.

 

LEAVE A REPLY

Please enter your comment!
Please enter your name here