ରାଜ୍ୟର ଗରିବ ଲୋକମାନଙ୍କ ପାଇଁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ରାଜ୍ୟ ସରକାର ଆଜି ଆଉ ଏକ ପଦକ୍ଷପ ଗ୍ରହଣ କରିଛନ୍ତି. ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘’ଆମ ଘରେ ଏଲଇଡି’ ଯୋଜନାର ଶୁଭାରମ୍ଭ କରିଛନ୍ତି. ଫଳରେ ଏହି ଯୋଜନା ମାଧ୍ୟମରେ ପ୍ରାୟ 95 ଲକ୍ଷ ହିତାଧିକାରୀ ଉପକୃତ ହୋଇପାରିବେ. ପ୍ରତି ପରିବାରକୁ 9 ୱାଟର 4ଟି ବଲ୍ବ ମାଗଣାରେ ପ୍ରଦାନ କରାଯିବ. ତେବେ ଏନଏଫଏସଏ ଓ ଏସଏଫଏସଏସ ହିତାଧିକାରୀମାନେ ହିଁ ଏହି ଯୋଜନାର ଲାଭ ଉଠାଇପାରିବେ . ହିତାଧିକାରୀଙ୍କୁ ବଲ୍ବ ବଣ୍ଟନ ପାଇଁ ରାଜ୍ୟ ସରକାର 3 କୋଟି 80 ଲକ୍ଷ ବଲ୍ବ କିଣିବେ ଏବଂ ଏହାକୁ ଆସନ୍ତା ଜାନୁୟାରୀ 15ରୁ 20 ତାରିଖ ଭିତରେ ଅନୁଷ୍ଠିତ ହେବାକୁ ଥିବା ପିଠା ଶିବିରରେ ପ୍ରଦାନ କରାଯିବ.

LEAVE A REPLY

Please enter your comment!
Please enter your name here