ସବୁଠୁ ହାଇବଜେଟ ଫିଲ୍ମ କୁହାଯାଉଥିବା ଫିଲ୍ମ ‘2.0’ ରିଲିଜ୍ ର ଗୋଟିଏ ଦିନ ପୂର୍ବରୁ ପୁଣି ବିବାଦରେ ଛନ୍ଦି ହୋଇଛି. ସୂଚନା ଅନୁସାରେ, ସିଓଏଆଇ  Cellular Operators Association of India (COAI) ‘2.0’ ର ଫିଲ୍ମ ମେକରଙ୍କ ନାମରେ କେଶ ଫାଇଲ କରିଛି. ମୋବାଇଲ ଫୋନ, ଟାୱାର ଓ ମୋବାଇଲ ସେବା ବିଷୟରେ  ବୈଜ୍ଞାନିକ କାରଣ ନଥାଇ ଫିଲ୍ମରେ ଭୁଲ ଦୃଶ୍ୟ ଦେଖାଇଥିବା ଅଭିଯୋଗ କରିଛି ସିଓଏଆଇ. ଏହାଛଡା ସିଓଏଆଇ Central Board of Film Certification and the Ministry of Information and Broadcasting ରେ ମଧ୍ୟ ଏହାକୁ ନେଇ ଅଭିଯୋଗ କରିଛି. ତେବେ ଫିଲ୍ମରେ ମୋବାଇଲର ଭୂମିକାକୁ ଯେଉଁପରି ପ୍ରଦର୍ଶନ କରାଯାଇଛି ତାହା ଲୋକଙ୍କ ମନରେ ଖରାପ ଧାରଣା ସୃଷ୍ଟି କରିବ ବୋଲି କହିଛି ସିଓଏଆଇ. ବର୍ତ୍ତମାନ ଏହି ଖବର ଆସିବା ପରେ ଦୀର୍ଘଦିନ ଧରି ଅପେକ୍ଷା କରି ରହିଥିବା ସିନେପ୍ରେୀଙ୍କ ମନରେ ଫିଲ୍ମ ରିଲିଜ୍ କୁ ନେଇ ଏକ ପ୍ରକାର ଆଶଙ୍କା ସୃଷ୍ଟି ହେଲାଣି.

 

LEAVE A REPLY

Please enter your comment!
Please enter your name here