ମାଓବାଦୀଙ୍କ ସଂଗଠନରେ ପରିବର୍ତନ କରାଯାଇଛି। ଟପ୍ ମାଓ ନେତା ନାମ୍ବାଲା କେଶବ ରାଓ ଓରଫ ବାସବରାଜୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ,ମାଓବାଦୀ)ର ମହାସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ପାର୍ଟିର କେନ୍ଦ୍ରୀୟ କମିଟି ବୈଠକରେ ବାସବରାଜୁଙ୍କ ନାଁରେ ମୋହର ମରାଯାଇଛି। ଏ ନେଇ ଆଜି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସଂଗଠନର ମୁଖପାତ୍ର ଅଭୟ ସୂଚନା ଦେଇଛନ୍ତି। ପୂର୍ବରୁ ଏହି ପଦରେ ଗଣପତି ଥିଲେ। ତେବେ ସେ ସ୍ୱେଚ୍ଛାକୃତ ଭାବରେ ପଦତ୍ୟାଗ କରିଛନ୍ତି। ୧୯୯୨ରୁ ମାଓ ସଂଗଠନର ମହାସଚିବ ଥିବା ମାଓ ନେତା ଗଣପତି ସ୍ୱାସ୍ଥ୍ୟଗତ କାରଣରୁ ପଦରୁ ଅବସର ନେବାକୁ ଚାହିଁଥିଲେ। ପରେ ଦଳର କେନ୍ଦ୍ରୀୟ କମିଟି ବୈଠକରେ ଗଣପତିଙ୍କୁ ପଦରୁ ଅବ୍ୟାହତି ନିଷ୍ପତି ହୋଇଥିଲା। ତାଙ୍କ ସ୍ଥାନରେ ବାସବ ରାଜୁ ଓରଫ ଏନ. କେଶବ ରାଓ ନିଯୁକ୍ତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here