ସୁଟିଂ ସେଟରେ ଭିଲିୟାନଙ୍କ ଗାଲରେ ଶକ୍ତ ଚାପୁଡା । ସିନେମାର ହିରୋ ନୁହେଁ, ଖୋଦ ନିର୍ଦ୍ଦେଶକ ଏମିତି ଶକ୍ତ ଚାପୁଡା ମାରିଛନ୍ତି । ଏମିତି ଦୃଶ୍ୟ ଦେଖି ସମସ୍ତେ ତାଜୁବ୍ । ହଠାତ୍ କଣ ହେଲା ଯେ, ନିର୍ଦ୍ଦେଶକ ଏମିତି କାଣ୍ଡ କରି ବସିଲେ । ଦୀର୍ଘଦିନ ବ୍ୟବଧାନ ପରେ ଓଲିଉଡ୍ ସିନେ ପ୍ରେମୀ ଖୁବଶୀଘ୍ର ଦେଖିବାକୁ ପାଇବେ ଜବରଦସ୍ତ ସିନେମା ‘ବିଶ୍ବନାଥ’ । ସିନେମାର ମୁଖ୍ୟ ଭୂମିକାରେ ଅଛନ୍ତି ସମ୍ବିତ ଓ ସମ୍ଭାବନା । ଆମ ଗହଣରେ ନ ଥିବା ମିହିର ଦାସ ଓ ସଲିଲ ମିତ୍ରଙ୍କୁ ମଧ୍ୟ ଦର୍ଶକ ଦେଖିବାକୁ ପାଇବେ । ଅନ୍ୟମାନଙ୍କ ମଧ୍ୟରେ ରାଇମୋହନ, ପୃଥ୍ବୀରାଜ, ଚୌଧୁରୀ ବିକାଶ ଦାସ, ପ୍ରତିଭା ପଣ୍ଡା, ପିଣ୍ଟୁ ନନ୍ଦ, ନୂପୁର ଘୋଷ ଆଦି କଳାକାରଙ୍କ ଅଭିନୟ ଦେଖିବାକୁ ପାଇବେ ଦର୍ଶକ । ପ୍ରଥମ ଥର ପାଇଁ ବଡ ପରଦାକୁ ଆସୁଛନ୍ତି ଅଭିନେତ୍ରୀ ସଙ୍ଗୀତା । ଏଚଏମଟି ନିବେଦିତ ଓ ଶଙ୍କର ଗୌଡଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ତେଲୁଗୁ ନିର୍ଦ୍ଦେଶକ ବବଲି କିରଣ । ଏବେ ଓଡିଶାର ବିଭିନ୍ନ ସ୍ଥାନରେ ସିନେମାର ସୁଟିଂ ଚାଲିଛି ।

LEAVE A REPLY

Please enter your comment!
Please enter your name here