ଅଭିନେତା କାର୍ତ୍ତିକ ଆର୍ୟାନ ଓ ଅଭିନେତ୍ରୀ କ୍ରିତି ସାନନ ଅଭିନୀତ ଫିଲ୍ମ ଲୁକ୍କା ଛୁପୀର ଆଉ ଏକ ଦମଦାର ସଙ୍ଗ ରିଲିଜ ହୋଇଯାଇଛି. ପ୍ରଯୋଜକ ଦିନେଶ ଭାଇଜାନଙ୍କ ଫିଲ୍ମ ‘ଲୁକ୍କା ଛୁପୀ’ରେ କାର୍ତ୍ତିକ ଓ କ୍ରିତି ଦୁଇ କଳାକାର ମୁଖ୍ୟ ଭୂମିକାରେ ଅଛନ୍ତି. ରୋମାନ୍ସ ଓ କମେଡି ଭରି ରହିଥିବା ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ଲକ୍ଷ୍ମଣ ଉତ୍ତେକର ତୁଲାଇଥିବା ବେଳେ ଏହାର ଆଉ ଏକ ସଙ୍ଗ’ କୋକା କୋଲା ତୁ’ ରିଲିଜ ହୋଇଛି. ଟୋନି କକ୍କରଙ୍କ ହିଟ ସଙ୍ଗ ‘କୋକାକୋଲା ତୁ’ ର ଏହା ସଂସ୍କରଣ ବୋଲି କୁହାଯାଇଛି. ଏହି ଗୀତକୁ ନେହା କକ୍କର, ଟୋନି କକ୍କର ଓ  ୟଙ୍ଗ ଦେଶୀ ଗାଇଥିବା ବେଳେ ଏହି ଗୀତରେ କାର୍ତ୍ତିକ ଓ କ୍ରିତି ଡ୍ୟାନ୍ସ କରିଛନ୍ତି. ତେବେ ଏହି ଫିଲ୍ମଟି ମାର୍ଚ୍ଚ 1 ତାରିଖରେ ମୁକ୍ତିଲାଭ କରିବ.

LEAVE A REPLY

Please enter your comment!
Please enter your name here