ଠକ ସୁକେଶ ଚନ୍ଦ୍ରଶେଖର ଜାଲରେ ଅନେକ ବଲିଉଡ ସୁନ୍ଦରୀ ପଡିଛନ୍ତି । ଜ୍ୟାକଲିନ ଫର୍ଣ୍ଣାଡିଜଙ୍କ ସମେତ ସୁକେଶ ଚନ୍ଦ୍ରଶେଖରଙ୍କ ଫଟୋ ଭାଇରାଲ ହେବା ପରେ ଜ୍ୟାକଲିନଙ୍କୁ ଇଡି ପଚରାଉଚରା କରିଛି । ତେବେ କେବଳ ଜ୍ୟାକଲିନ୍ ନୁହେଁ ନୋରା ଫତେହୀଙ୍କ ପରି ବହୁ ବଲିଉଡ ଅଭିନେତ୍ରୀଙ୍କୁ କୋଟି କୋଟି ଟଙ୍କାର ଗିଫ୍ଟ ଦେଇଥିଲା ଚନ୍ଦ୍ର ଶେଖର । ତେବେ ପ୍ରଶ୍ନ ଉଠିଛି ଠକ ଚନ୍ଦ୍ର ଶେଖର ଖୋଜି ଖୋଜି ବଲିଉଡ ସେଲିବ୍ରିଟିଙ୍କୁ କାହିଁକି ଟାର୍ଗେଟ କରୁଥିଲା । ଚନ୍ଦ୍ର ଶେଖର ସେଲିବ୍ରିଟିଙ୍କ ସହ ସମ୍ପର୍କ ବଢାଇ ଆଉ କିଛି ଡିଲ୍ କରିବାକୁ ଚାହୁଁଥିଲା କି । ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍ ଓ ବଲିଉଡ ଷ୍ଟାରଙ୍କ ସହ ଫଟୋ ଜରିଆରେ ସେ ନିଜକୁ ପ୍ରଭାବଶାଳୀ ଦର୍ଶାଉଥିଲା କି । ଗିଫ୍ଟ ଦେଇ ସେଲିବ୍ରିଟିଙ୍କୁ ନିଜ ଜାଲରେ ଫସାଉଥିଲା । ପରେ ସେମାନଙ୍କ ସହ ଫଟୋ ଦେଖାଇ ଲୋକମାନଙ୍କୁ ଠକୁଥିଲା ।

LEAVE A REPLY

Please enter your comment!
Please enter your name here