ଭଦ୍ରକର ବରପଦାଠାରେ ପ୍ରତିଷ୍ଠିତ ବରପଦା ସ୍କୁଲ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜୀକୁ 1991 ମସିହାରେ ତତ୍କାଳୀନ ତଥା ବର୍ତ୍ତମାନର ମନ୍ତ୍ରୀ ପ୍ରଫୁଲ ସାମଲ ନିଜ କବଜାକୁ ନେଇଥିଲେ. ତେବେ ପ୍ରଫୁଲ ସାମଲ ବିଧାୟକ ନଥାଇ ମଧ୍ୟ ବେନିୟମ ଭାବେ ବିଏସଇଟି ସୋସାଇଟିର ପ୍ରେସିଡେଣ୍ଟ ଥିଲେ ଓ ଜାଲିଆତି କରି 2007 ମସିହାରେ ଏହାର ସମସ୍ତ ନିୟମକୁ ପରିବର୍ତ୍ତନ କରି ନିଜ ପରିବାର କେନ୍ଦ୍ର କୌନ୍ଦ୍ରିକ ସୋସାଇଟିରେ ପରିଣତ କରିଥିଲେ ବୋଲି ଅଭିଯୋଗ କରିଛି ଭଦ୍ରକ ଗଣତାନ୍ତ୍ରିକ ନାଗରିକ ମଞ୍ଚ. ଏହାର ସରକାରୀସ୍ତରୀୟ ତଦନ୍ତ କରାଯାଇ ଦୋଷୀକୁ ଉଚିତ ଦଣ୍ଡ ମିଳୁ ବୋଲି ଭଦ୍ରକ ଗଣତାନ୍ତ୍ରିକ ନାଗରିକ ମଞ୍ଚ ଦାବି କରିଛି.

LEAVE A REPLY

Please enter your comment!
Please enter your name here