କୋର୍ଟରୁମ୍ ଡ୍ରାମାରେ ବେଷ୍ଚ ଫିଲ୍ମ ମୁଲ୍କ୍ କୁ ସିନେପ୍ରେମୀଙ୍କ ବହୁମାତ୍ରାରେ ପ୍ରଶଂସା ମିଳିଛି .ବକ୍ସ ଅଫିସ୍ ରେ ଏହି ସିନେମାଟି ଭଲ ବ୍ୟବସାୟ କରିଥିବାରୁ ଏହି ଟିମ୍ ଏକ ବଡ ପାର୍ଟିର ଆୟୋଜନ କରିଥିଲେ .ଏହି ପାର୍ଟିରେ ଅଭିନେତ୍ରୀ ତାପସୀଙ୍କୁ ଫର୍ମାଲ୍ ଗେଟଅପ୍ ରେ ଦେଖିବାକୁ ମିଳିଥିଲା .ସେ ଗୋଲାପୀ ରଙ୍ଗର ଶାଢୀ ସହ ଏକ ଟାଏ ରେ ନଜରକୁ ଆସିଥିଲେ . ସିନେମାରେ ତାପସୀଙ୍କର ଓକିଲ ଚରିତ୍ରରେ ଅଭିନୟ ଦର୍ଶକଙ୍କ ମନକୁ ଛୁଇଁ ପାରିଛି . ଜଣେ ମୁସଲିମ୍ ଲୋକ କିଭଳି ତାର ଅଧିକାର ପାଇପାରିବ ସେ ନେଇ ଯୁକ୍ତି ବାଢିଛନ୍ତି .