ସାରାଦେଶରେ ଧୁମଧାମରେ ଗଣେଶ ପୂଜା ପାଳନ ହେଉଥିଲାବେଳେ ମହାରାଷ୍ଟ୍ରରେ ପ୍ରତିବର୍ଷ ଏହାର ପରିବେଶ ଟିକେ ଭିନ୍ନ ଧରଣର ହୋଇଥାଏ. ସେଠାରେ ଗଣେଶଙ୍କ ବଡ ମୂର୍ତ୍ତି ଓ ସାଜ୍ଜସଜ୍ଜାକୁ ବାଦ୍ ଦେଲେ ଟେକ୍ନୋଲୋଜୀ ମଧ୍ୟ  ଏହି ଉତ୍ସବରେ ଦର୍ଶକଙ୍କ ମନଜିଣିଥାଏ. ତେବେ ଚଳିତ ବର୍ଷ ଗଣେଶ ଚତୁର୍ଥୀ ଅବସରରେ କୋଲାବରେସନ ରୋବଟ୍ ଏକ ଭିନ୍ନ ଧରଣର ଭାବନା ସହ ଆସିଛି ଯେଉଁଥିରେ ଏକ ରୋବଟକୁ AlStrut ଟେକ୍ନୋଲୋଜୀର ସହଯୋଗ ଦ୍ୱାରା ହାଭେଲସ୍ ବୁଥ୍ ଉପରେ ଗଣେଶଙ୍କ ଆଳତୀ କରୁଥିବା ଦେଖିବାକୁ ମିଳିଛି. ତେବେ ଏହାକୁ ‘ଟେକ୍ନୋ ଆର୍ଟିଷ୍ଟିକ ଗଣେଶ’ଥିମରେ ପ୍ରସ୍ତୁତ କରାଯାଇଛି. ଏଭଳି ମନୋରମ ଦୃଶ୍ୟ ମୁମ୍ବାଇର ଲାଲବାଗର ଗଣେଶ ପେଣ୍ଡାଲରେ ଦେକିବାକୁ ମିଳିଛି.

LEAVE A REPLY

Please enter your comment!
Please enter your name here