ଭାରତର ସପ୍ତମ ମହିଳା ଫାଇଟର ପାଇଲଟ ବନିବା ସହ ରାଜସ୍ଥାନର ତୃତୀୟ ପାଇଲଟ ବନିଛନ୍ତି ପ୍ରିୟା ଶର୍ମା. ସେ ଦେଶ ପାଇଁ ଗୌରବ ଆଣିବା ସହ ସାରାଦେଶବାସୀଙ୍କୁ ମଧ୍ୟ ଗର୍ବିତ ଅନୁଭବ କରାଇଛନ୍ତି. ଇଣ୍ଡିଆନ ଏୟାରଫୋର୍ସ ଏକାଡେମୀରୁ ଉତ୍ତୀର୍ଣ୍ଣ ହେବାପରେ ସେ ପାଇଲଟ ବନିଛନ୍ତି. ଶନିବାର ଏୟାରଫୋର୍ସ ଏକାଡେମୀର 139 ଜଣ ଫ୍ଲାଇଂ କ୍ୟାଡେଟସ ଗ୍ରାଜୁଏଟ ହୋଇଥିବା ବେଳେ ସେଥିରେ 24 ଜଣ ମହିଳା ଅଛନ୍ତି. ତେବେ 2017 ମସିହାରେ ପ୍ରିୟା ତାଙ୍କ ପ୍ରଶିକ୍ଷଣର ପ୍ରଥମ ଓ ଦ୍ୱିତୟ ରାଉଣ୍ଡକୁ ଡୁଣ୍ଡିଗାଲ ଓ ହକିମପେଟରେ ସଂପୂର୍ଣ୍ଣ କରିଥିଲେ ଏବଂ ଏହାର ତୃତୀୟ ରାଉଣ୍ଡ ଜାନୁୟାରୀ ମାସରୁ ବିଦାର ଏୟାରଫୋର୍ସ ଷ୍ଟେସନରେ ଆରମ୍ଭ ହେବ ବୋଲି ସୂଚନା ରହିଛି. ତେବେ ଏଥିପାଇଁ ସମସ୍ତ ପ୍ରେରଣା ନିଜ ପିତାଙ୍କଠୁ ମିଳିଥିବା କହିଛନ୍ତି ପ୍ରିୟା.

LEAVE A REPLY

Please enter your comment!
Please enter your name here