ପ୍ରତିବର୍ଷ ଫେବୃୟାରୀ ମାସର ଦ୍ୱିତୀୟ ସପ୍ତାହ, ପ୍ରେମର ସପ୍ତାହ । ବର୍ଷ ତମାମ ଏମିତି ସମୟକୁ ଅପେକ୍ଷା କରିଥାନ୍ତି ପ୍ରେମୀ ଯୁଗଳ । ଫେବୃଆରୀ ୧୪ ଭାଲେଣ୍ଟାଇନ ଡେ ପୂର୍ବରୁ ସପ୍ତାହେ ବ୍ୟାପୀ ପ୍ରେମିକ ପ୍ରେମିକା ପାଳନ କରନ୍ତି ଭାଲେଣ୍ଟାଇନ ସପ୍ତାହ । ନିଜ ଭଲପାଇବାକୁ ଆହୁରି ନୀବିଡ କରି ତୋଳନ୍ତି ପ୍ରେମିକ ପ୍ରେମିକା । ଫେବୃଆରୀ ୭ରେ ରୋଜ୍ ଡେରୁ ଆରମ୍ଭ ହୁଏ ଭାଲେଣ୍ଟାଇନ ଡେର ସେଲିବ୍ରେସନ । ପ୍ରେମିକ ପ୍ରେମିକା ପରସ୍ପରକୁ ଲାଲ୍ ଗୋଲାପଟିଏ ଉପହାର ଦେଇ ନିଜ ମନର ଭାବକୁ ପରିପ୍ରକାଶ କରିଥାନ୍ତି । ସତେଜ ଗୋଲାପର ପାଖୁଡା ଭଳି ଉଭୟଙ୍କ ମନରେ ପ୍ରେମର ପାଖୁଡା ବି ସତେଜ ହୋଇଯାଏ ।
ଫେବୃଆରୀ ୮ ତାରିଖ, ପୂର୍ବଦିନର ଗୋଲାପ ଯୌବନର କ୍ୟାନଭାସରେ ପ୍ରେମର ଛବି ଆଙ୍କି ସାରିଥାଏ । ପ୍ରେମିକ ତା ପ୍ରେମିକା ଆଗରେ ମନର କଥା କହେ । ମୁଁ ତୁମକୁ ଭଲପାଏ । ଖୁବ୍ ଭଲପାଏ ।
ଦୁଇଟି ହୃଦୟର ଭାଷା ଏକାଠି ହୋଇଯିବା ପରେ ଚକୋଲେଟ ଡେ ସେଲିବ୍ରେଟ କରନ୍ତି ପ୍ରେମିକ ପ୍ରେମିକା । ତା ପରେ ଆସେ ଉପହାରର ଦିନ । ପରସ୍ପରକୁ ଉପହାର ଦେଇ ସେଲିବ୍ରେଟ କରନ୍ତି ଟେଡି ଡେ ।
ସଂପର୍କ ମଜଭୁତ ହୁଏ, ଭଲ ପାଇବାର ରଙ୍ଗ ଗାଢରୁ ଗାଢତର ହୁଏ । ଜନ୍ମ ଜନ୍ମାନ୍ତର ସାଥୀ ହୋଇ ରହିବାର ସଂକଳ୍ପ ହିଁ ପ୍ରମିଜ୍ ଡେ ।
ଆଉ ଥରେ ମନରେ ବିଶ୍ୱାସ ଜନ୍ମ ହୋଇଗଲେ ଇଚ୍ଛା ହୁଏ ସାଥୀଟିକୁ ଆଲିଙ୍ଗନ କରିବାକୁ ..
ଦୁଇଟି ହୃଦୟର ଆଲିଙ୍ଗନରୁ ସୃଷ୍ଟି ହୁଏ ଅଦ୍ଭୁତ ଶୀହରଣ । ହୃଦୟରୁ ସୃଷ୍ଟି ହୋଇଥିବା ପ୍ରେମ ଖେଳିଯାଏ ଅଙ୍ଗରୁ ଅଙ୍ଗକୁ ।
ଶେଷରେ ଫେବୃଆରୀ ୧୪ରେ ପ୍ରେମିକ ପ୍ରେମିକା ସେଲିବ୍ରେଟ କରନ୍ତି ଭାଲେଣ୍ଟାଇନ ଡେ । ଏକ ହୋଇଯାଇଥାଏ ଦୁଇଟି ହୃଦୟ ।
ଭାଲେଣ୍ଟାଇନ ଡେ ପଛରେ ରହିଛି ଗୋଟିଏ ସୁନ୍ଦର କାହାଣୀ ।

କୁହାଯାଏ କି ସନ୍ଥ ଭାଲେଣ୍ଟାଇନ ପ୍ରେମର ପ୍ରସାର କରିବାକୁ ଚାହୁଁଥିଲେ, କିନ୍ତୁ ରୋମ୍‌ର ରାଜା କ୍ଲାଉଡିୟସ୍‌ଙ୍କୁ ଏହା ବିଲକୁଲ୍ ହିଁ ପସନ୍ଦ ନ ଥିଲା । ସେ ଭାବୁଥିଲେ ନିଜ ପତ୍ନୀ ଓ ପରିବାରର ଗଭୀର ପ୍ରେମ ପାଇଁ ସେମାନେ ସେନାରେ ସାମିଲ୍ ହେଉନାହାଁନ୍ତି । ସେଥିପାଇଁ ସେ ରୋମ୍‌ରେ ବିବାହ ଉପରେ କଟକଣା ଜାରି କଲେ । କିନ୍ତୁ ସନ୍ଥ ଭାଲେଣ୍ଟାଇନ ଏହାକୁ ବିରୋଧ କରି ବହୁ ସୈନ୍ୟଙ୍କର ବିବାହ କରାଇଥିଲେ । ଫଳରେ ରାଜା କ୍ଲାଉଡିୟସ ଏଥିରେ ରାଗିଯାଇ ତାଙ୍କୁ ୧୪ ଫେବୃୟାରୀରେ ଫାଶୀ ଦେଇଥିଲେ । ସନ୍ଥ ଭାଲେଣ୍ଟାଇନଙ୍କ ସ୍ମୃତିରେ ୧୪ ଫେବୃୟାରୀକୁ ପ୍ରେମ ଦିବସ ରୂପେ ପାଳନ କରାଯାଇଥାଏ ।

LEAVE A REPLY

Please enter your comment!
Please enter your name here