ମାଗଣା ଖାଇବା ଛାଡିଦିଅ ଭାଇ ..
(ଅପୂର୍ବ କୁମାର ମହାନ୍ତି)

ମାଗଣା ଖାଇବା ଛାଡିଦିଅ ଭାଇ
ଛଡାଅ ଅଳସପଣ
ମାଗଣା ଖୁଆଇ ପଙ୍ଗୁ ଯେ କରୁଛି
(ସିଏ) ସରକାର ନୁହେଁ, ସଇତାନ ।
ମାଗଣା ଚାଉଳ, ମାଗଣା ଗହମ
ମାଗଣା ଛତୁଆ ଗୁଣ୍ଡ
ମାଗଣା ଖାଇକି ହେଣ୍ଡି ମାରୁଥାଅ
ସିଏ ଖାଇଲାଣି (ତମ) ମୁଣ୍ଡ ।
ସେଥିପାଇଁ ତମେ ଗରିବ ହେବାକୁ
କରୁଅଛ ଜିନ୍ଦାବାଦ
ମୁଣ୍ଡ ସିନା ଥିଲେ ବୁଝୁଥାନ୍ତ ତମେ
ଗରିବୀର ଅପବାଦ ।
ମାଗଣା ଖାଇବା ଲୋଭ ଛାଡିଦିଅ
ଜାଗିଉଠୁ ସ୍ବାଭିମାନ
ମାଗଣା ଖୁଆଇ ପଙ୍ଗୁ ଯେ କରୁଛି
(ସିଏ) ସରକାର ନୁହେଁ, ସଇତାନ ।।

LEAVE A REPLY

Please enter your comment!
Please enter your name here