କୌଣସି କାରଣରୁ ଚିନ୍ତାଗ୍ରସ୍ତ ଥିବା ଯୁବତୀମାନଙ୍କ ସମସ୍ୟାର ସମାଧାନ ପାଇଁ ନୂଆସୂତ୍ର ବାହାର କରିଛନ୍ତି ଜଣେ ୨୯ ବର୍ଷ ବୟସ୍କ ଯୁବକ । ସେ ପ୍ରସ୍ତୁତ କରିଛନ୍ତି ଏକ ୱେବସାଇଟ୍ ଯାହାର ନା ଦେଇଛନ୍ତି ‘ରେଣ୍ଟ ଏ ବୟଫ୍ରେଣ୍ଡ’ । ଏହି ୱେବସାଇଟ ର ମୋବାଇଲ ଆପ ମଧ୍ୟ ପ୍ରସ୍ତୁତ କରାଯାଇଛି । ଏଣିକି ଆପଣ ଚାହିଁଲେ www.renta bf.in  ଲଗ ଇନ କରି କିମ୍ବା ଏହି ଆପକୁ ନିଜ ମୋବାଇଲରେ ଇନଷ୍ଟଲ କରି ଭଡାରେ ନିଜ ପସନ୍ଦର ବୟଫ୍ରେଣ୍ଡ ଖୋଜିପାରିବେ । ରେଣ୍ଟ ଏ ବୟଫ୍ରେଣ୍ଡ ଇନଷ୍ଟାଗ୍ରାମ ପୋଷ୍ଟ ଅନୁସାରେ ଏହାର ଏକ ଆପ ଲଞ୍ଚ ହୋଇଯାଇଛି । ଅଗଷ୍ଟ ୨୪ରୁ ଏହା କାମ କରିବା ଆରମ୍ଭ କରିଛି । ୱେବସାଇଟର ଏକ ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ଆରମ୍ଭ କରାଯାଇଛି । ଏହି ଅଭିନବ ପ୍ଲାନିଙ୍ଗ କରିଥିବା ଯୁବକ ହେଉଛନ୍ତି କୌଶଳ ପ୍ରକାଶ । ଏହି ଆପର ସେବା ବର୍ତ୍ତମାନ ମୁମ୍ବାଇ ଓ ପୁଣେରେ ଝିଅମାନେ ନେଉଛନ୍ତି । ୨୦ ମିନିଟ ପାଇଁ ସେମାନଙ୍କୁ ୫୦୦ ଟଙ୍କା ଦେବାକୁ ପଡୁଛି । ଭଡାରେ କୌଶଳଙ୍କ କହିବା କଥା ହେଲା, ଆଜିକାଲି ପୁଅ ଝିଅ ମାନେ ଅଧିକାଂଶ ସମୟରେ ଡିପ୍ରେସନକୁ ଚାଲିଯାଉଛନ୍ତି । ଏଭଳି ସମୟରେ ଏହି ବ୍ୟବସ୍ଥା ସେମାନଙ୍କୁ ଖୁସି କରିବ ବୋଲି କୌଶଲ କହିଛନ୍ତି । କୌଣସି ଶାରୀରିକ ସମ୍ପର୍କ ରଖିବା ପାଇଁ କଟକଣା ଜାରି କରାଯାଇଛି । ଏହି ଆପକୁ ନେଇ ବିଭିନ୍ନ ମହଲରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହା ଭାରତୀୟ ସଂସ୍କୃତିକୁ ନଷ୍ଟ କରିବ ବୋଲି କିଏ କିଏ କହିଛନ୍ତି ।

LEAVE A REPLY

Please enter your comment!
Please enter your name here