ପାୱାରବ୍ୟାଙ୍କ ଫୋପାଡିବାରୁ ହେଲା ବିସ୍ଫୋରଣ । ପାଓାରବ୍ୟାଙ୍କ ଫୋପାଡିଥିବା ୫୫ବର୍ଷିୟ ମହିଳାଙ୍କୁ ଗିରଫ କରିଛି ପୋଲିସ । ଏହି ଘଟଣା ଦିଲ୍ଲୀ ବିମାନବନ୍ଦରରେ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ବିମାନବନ୍ଦରରେ ଥିବା ସୁରକ୍ଷା କର୍ମଚାରୀ ମହିଳାଙ୍କୁ ଯାଞ୍ଚ କରିବା ସମୟରେ ବ୍ୟାଗରୁ ପାୱାରବ୍ୟାଙ୍କ କାଢିବା ପାଇଁ କହିଥିଲେ । ମହିଳା ରାଜ୍ଜି ନ ହୋଇ ସୁରକ୍ଷା କର୍ମଚାରୀଙ୍କ ସହ ପାଟିତୁଣ୍ଡ କରିଥିଲେ ଏବଂ ବ୍ୟାଗରୁ ପାୱାରବ୍ୟାଙ୍କ କାଢି ବାହାରକୁ ଫୋପାଡି ଦେଇଥିଲେ । ଫଳରେ ବିମାନବନ୍ଦର ପରିସରରେ ଏକ ଛୋଟ ବିସ୍ଫୋରଣ ଘଟିଥିଲା । ପୋଲିସ୍ ମହିଳାଙ୍କୁ ଗିରଫ କରିଥିଲା । ପୋଲିସ ତଦନ୍ତରୁ ସେ ଜଣେ ଅଭିନେତ୍ରୀ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here