ଭାରତରେ କରୋନାଜନିତ ମୃତ୍ୟୁସଂଖ୍ୟା ଅନ୍ୟ ଦେଶ ତୁଳନାରେ କମ୍ ରହିଛି I ଭାରତର ଭୌଗୋଳିକ ପରିବେଶ ତଥା ଋତୁଚକ୍ରରେ ପରିବର୍ତ୍ତନ କରୋନା ମୁକାବିଲାରେ ସାହାଯ୍ୟ କରୁଛି ବୋଲି ବିଶେଷଜ୍ଞମାନେ କହିଛନ୍ତି I ଗତ ସାଢେ ଚାରିମାସ ଭିତରେ ଦେଶରେ 38 ହଜାର 135 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକାରେ ଦେଢଲକ୍ଷ ଲୋକଙ୍କର ପ୍ରାଣହାନୀ ହେଲାଣି I ତେବେ ଭାରତରେ ମୃତ୍ୟୁସଂଖ୍ୟା 2.2 ପ୍ରତିଶତ ରହିବା ପଛରେ ଟେଷ୍ଟ, ଟ୍ରାକ, ଟ୍ରିଟ୍ ରହିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି I ମୁମ୍ବାଇ ଟାଟା ମେମୋରିଆଲ ଇନଷ୍ଟିଚ୍ୟୁଟର ଡାକ୍ତର ବାଦଓ୍ବେ ତାଙ୍କ ଷ୍ଟଡି ରିପୋର୍ଟରେ କହିଛନ୍ତି, ଭାରତର ଜଳବାୟୁ ଉତ୍ତପ୍ତ ରହୁଥିବାରୁ କରୋନାଜନିତ ମୃତ୍ୟୁହାର କମ୍ ରହୁଛି I ଆଜିସୁଦ୍ଧା ସମଗ୍ର ବିଶ୍ବରେ କରୋନାରେ 1 କୋଟି 84 ଲକ୍ଷ 71 ହଜାର ଲୋକ ଆକ୍ରାନ୍ତ ହୋଇଥିବା ବେଳେ 6 ଲକ୍ଷ 98 ହଜାର ପ୍ରାଣ ହରାଇଲେଣି I

LEAVE A REPLY

Please enter your comment!
Please enter your name here