ଆପଣଙ୍କ ପାଇଁ ଏହା ବେଶ୍ ରୋମାଞ୍ଚକର ହେବ, ଯେତେବେଳେ ଆପଣ ଅନଲାଇନ ଅର୍ଡର କରିଥିବା ଜିନିଷ କିମ୍ବା ଖାଦ୍ୟକୁ ଜଣେ ମଣିଷ ନୁହେଁ ବରଂ ଡ୍ରନ ଆସି ଡେଲିଭରି କରିବ. ଡ୍ରନ ଦ୍ବାରା ଡେଲିଭରୀ ପ୍ରକ୍ରିୟା ଖୁବଶୀଘ୍ର ଦେଶରେ ଆରମ୍ଭ ହେବାକୁ ଯାଉଛି. ସୋମବାର ଦିନ ଡାଇରେକ୍ଟର ଜେନେରାଲ ଅଫ୍ ସିଭିଲ ଆଭିଏସନ୍ ଏହାକୁ ଡିସେମ୍ବର 1 ରୁ ଲାଗୁ କରିବା ପାଇଁ ନିଷ୍ପତି ନେଇଛନ୍ତି. ବର୍ତ୍ତମାନ ସରକାର ଏହାକୁ ପାଇଲଟ ପ୍ରୋଜେକ୍ଟ ପରି ଲାଗୁ କରିବାକୁ ଚାହୁଁଛନ୍ତି. ଲିହାଜା ଏବେ ଡ୍ରନ ମାଧ୍ୟମରେ ଜିନିଷ ଡେଲିଭରି ପାଇଁ ଯୋଜନା କରୁଛି ଏବଂ ଏଥିପାଇଁ ଇ-କମର୍ସ କମ୍ପାନୀ ମାନଙ୍କୁ ଅପେକ୍ଷା କରିବାକୁ ପଡିବ ବୋଲି କୁହାଯାଇଛି.

LEAVE A REPLY

Please enter your comment!
Please enter your name here