ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ନିଜ ପରିବାର ସହ ବର୍ତ୍ତମାନ ସିମଲାରେ ଅଛନ୍ତି. ଏହା ଭିତରେ ତାଙ୍କ ଉପରେ ଏବେ ଏକ ଆରୋପ ଲାଗିଛି. ଆରୋପ ହେଲା କି, ଧୋନୀ ଏବେ ସରକାରୀ ଖର୍ଚ୍ଚରେ ସିମଲାରେ ରହିବେ ଓ ଏକ କମ୍ପାନୀର ଆଡ୍ ମଧ୍ୟ ସୁଟ କରିବେ.ତେବେ ହିମାଚଳ ପ୍ରଦେଶର ସରକାର ଧୋନୀଙ୍କୁ ରାଜ୍ୟ ଅତିଥିର ସମ୍ମାନ ଦେଇଛନ୍ତି. ମନ୍ତ୍ରୀ ବିପିନ ପରମାର କହିଛନ୍ତି, ଧୋନୀ ଜଣେ ମହାନ ଖେଳାଳୀ ଓ ଦେଶ ପାଇଁ ସେ ବହୁତ ଭଲ ଖେଳିଛନ୍ତି. ସେଥିପାଇଁ ଏହା ହିମାଚଳ ପ୍ରଦେଶ ସରକାରଙ୍କ ଦାୟିତ୍ୱ କି, ତାଙ୍କୁ ସୁରକ୍ଷା ଓ  ସମ୍ମାନ ଦେବା.

LEAVE A REPLY

Please enter your comment!
Please enter your name here