ଆବଶ୍ୟକ ସାମଗ୍ରୀ-

ସିଝା ଆଳୁ 4ଟି, 10ରୁ 12ଟି ବ୍ରେଡ ସ୍ଲାଇସ୍,ପନିର 100ଗ୍ରାମ, ଗରମ ମସଲା, ଚାଟ ମସଲା,ଗୋଲମରିଚ ଗୁଣ୍ଡ,ତେଲ ଓ ଲୁଣ ସ୍ୱାଦ ଅନୁସାରେ.

ପ୍ରସ୍ତୁତି ପ୍ରଣାଳୀ-

ପ୍ରଥମେ ସିଝା ଆଳୁରୁ ଚୋପା ଛଡାଇ ସେଥିରେ ଗରମ ମସଲା, ଚାଟ ମସଲା, ଗୋଲମରିଚ ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ଦେଇ ଚକଟି ଦିଅନ୍ତୁ. ତା ପରେ ବ୍ରେଡ ସ୍ଲାଇସ ଆଣି ସେଥିରେ ତିଆରି କରିଥିବା ମସଲାର ପୁର ଦିଅନ୍ତୁ ଓ ଗୋଟିଏ ସାଇଡରେ ପନିର ଦେଇ ତାର ରୋଲ ପ୍ରସ୍ତୁତ କରନ୍ତୁ. ରୋଲ ପ୍ରସ୍ତୁତ ହୋଇସାରିବା ପରେ କଡେଇରେ ରିଫାଇନ ତେଲ ଗରମ କରି ତିଆରି କରିଥିବା ରୋଲକୁ ବ୍ରାଉନ କଲର ଆସିବା ଯାଏଁ ଫ୍ରାଏ କରି ଛାଣି ଦିଅନ୍ତୁ. ତା ପରେ ପ୍ରସ୍ତୁତ ହୋଇଯିବ ପଟାଟୋ ରୋଲ.

LEAVE A REPLY

Please enter your comment!
Please enter your name here