ଆମ ହିନ୍ଦୁ ଧର୍ମରେ ଧୂପକାଠିର ମହତ୍ତ୍ୱ ବହୁ ଗୁରୁତ୍ୱପୂର୍ଣ୍ଣ. କେବଳ ଭଗବାନଙ୍କୁ ପ୍ରାର୍ଥନା କରିବା ଉଦ୍ଦେଶ୍ୟରେ ନୁହେଁ ବରଂ ଶାନ୍ତି ଓ ସମୃଦ୍ଧି ପାଇଁ ଆମେ ଭଗବାନଙ୍କ ପାଖରେ ଧୂପକାଠି ଜଳାଇଥାଉ. ହେଲେ ଆପଣ କଣ ଜାଣିଛନ୍ତି ଏହି ଧୂପକାଠିର ଧୂଆଁ ଆମ ଶରୀର ପାଇଁ ସିଗାରେଟ ଧୂଆଁଠାରୁ ବି କେତେ କ୍ଷତିକାରକ ? 2015 ଏକ ଚାଇନିଜ ରିସର୍ଚ ରୁ ଜଣାପଡିଛି ଯେ, ଧୂପକାଠିର ଧୂଆଁ ଛୋଟ କ୍ଷୁଦ୍ର କଣିକା ପରି ବାୟୁରେ ମିଶେ, ଯେଉଁଥିରୁ ଏକ ପ୍ରକାର ବିଷାକ୍ତ ଗ୍ୟାସ ନିର୍ଗତ ହୋଇଥାଏ ଯାହା ଆମ ଶରୀରର ସେଲ୍ୟୁଲାର ସ୍ତରକୁ କ୍ଷତି ପହଞ୍ଚାଇଥାଏ.ଏଥିରୁ ନିର୍ଗତ ହେଉଥିବା ସୁଗନ୍ଧିତ ବାସ୍ନା ଯାହା ତିନି ପ୍ରକାର ଜଇବ ପଦାର୍ଥରୁ ତିଆରି ହୋଇଥାଏ ତାହା କର୍କଟ ଭଳି ମାରାତ୍ମକ ରୋଗର କାରଣ ହୋଇପାରେ. ତେବେ ଏହି ତିନି ପ୍ରକାର ପଦାର୍ଥ ହେଲା ମୁଟାଜେନିକ୍, ଜୋନୋଟକ୍ସିକ୍ ଓ ସାଇଟୋଟକ୍ସିକ୍. ଯେତେବେଳେ ଆମେ ଏହି ଧୂଆଁକୁ ଶରୀର ଭିତରକୁ ନେଇଥାଉ ଏହା ସିଧାସଳଖ ଆମ ଫୁସଫୁସକୁ ଯାଇଥାଏ ଯାହା ଅତି ଉତ୍ତେଜକପୂର୍ଣ୍ଣ ହୋଇଥାଏ. ସେଥିପାଇଁ ସିଗାରେଟ ଠାରୁ ଏହି ଧୂଆଁ ଅତି ମାରାତ୍ମକ ହୋଇଥାଏ.

LEAVE A REPLY

Please enter your comment!
Please enter your name here