ଭାରତ ଏକ ଏପରି ରାଷ୍ଟ୍ର ଯେଉଁଠି ସକାଳ ହେଲେ ସମସ୍ତଙ୍କୁ ଚା ଦରକାର ହୁଏ. ଚା’ ରୁ ହିଁ ଦୈନନ୍ଦିନ ଆରମ୍ଭ ହୋଇଥାଏ. ପିଲାଠୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଚା’ ପିଇବାକୁ ପସନ୍ଦ କରିଥାନ୍ତି. ଚା’ ପିଇବା ଆମ ଶରୀର ପାଇଁ ଯେତିକି ଉପକାରୀ ହୋଇଥାଏ ସେତିକି ଅପକାରୀ ମଧ୍ୟ ହୋଇଥାଏ. ଅତ୍ୟଧିକ ମାତ୍ରାରେ ଚା’ ପିଇବା ଦ୍ୱାରା ଓଷ୍ଟିଓଫୋଲୋସିସ୍, ପ୍ରୋସେଷ୍ଟ କ୍ୟାନ୍ସର, କ୍ୟାଫିନ ସାଇଡ ଇଫେକ୍ଟ, ଭଳି ମାରାତ୍ମକ ରୋଗ ହୋଇଥାଏ. New England Journal of Medicine ଅନୁସାରେ, ମାତ୍ରାଧିକ ପରିମାଣରେ ଚା’ ପାନ ଦ୍ୱାରା ହାଡ ଭାଙ୍ଗିଯିବା ସହ ଦାନ୍ତ ମଧ୍ୟ ବହୁତ ଜଲଦି ଭାଙ୍ଗିଯାଇଥାଏ. ଏହାଛଡା ଚା’ ପିଇବା ଦ୍ୱାରା ପ୍ରୋସେଷ୍ଟ କ୍ୟାନ୍ସର ମଧ୍ୟ ହୋଇଥାଏ ବୋଲି କହିଛି University   of   Glasgow. ଏହାଛଡା ବିଭିନ୍ନ ପ୍ରକାର କ୍ୟାଫିନ ସାଇଡ ଇଫେକ୍ଟ ମଧ୍ୟ ଦେଖା ଦେଇଥାଏ.

LEAVE A REPLY

Please enter your comment!
Please enter your name here