ସିଗାରେଟ ସେବନ ସ୍ୱାସ୍ଥ୍ୟ ପାଇଁ ହାନୀକାରକ | ସିଗାରେଟ ସେବନ କଲେ କ୍ୟାନ୍ସର ଭଳି ସାଙ୍ଘାତିକ ରୋଗ ହେବାର ସମ୍ଭାବନା ରହିଛି | କିଛି ଲୋକ ତ ସିଗାରେଟ ସେବନ ସୌଖିନ ପାଇଁ ବ୍ୟବହାର କରୁଥିବା ବେଳେ, ଆଉ କିଛି ଲୋକ ଏହାର ବ୍ୟବହାର ସହ ଜଡିତ ହୋଇଯାନ୍ତି | ତେବେ ପରିସ୍ଥିତି ଏପରି ସୃଷ୍ଟି ହୁଏ ଯେ, ଏହାଠୁ ଦୁରେଇ ରହିବା ବହୁ କଷ୍ଟକର ହୋଇ ପଡେ | ସେପଟେ ସିଗାରେଟ ରୁ ଦୁରେଇ ରହିବା ପାଇଁ ଇ- ସିଗାରେଟ୍ ବାହାରିଥିଲା ମାତ୍ର, ଇ- ସିଗାରେଟ୍ ର କ୍ଷତି କାରକକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହାର ଉତ୍ପାଦନ, ବ୍ୟବହାର ଓ ବିକ୍ରି ଉପରେ ରୋକ ଲଗାଇଦେଇଛନ୍ତି | ତେବେ ଏହିଭଳି ପରିସ୍ଥିତିରେ ସିଗାରେଟ୍ ଛାଡ଼ିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଚିନ୍ତା ବଢ଼ି ଯାଇଛି | ତେବେ ଆମେ ଆପଣକୁ ଏମିତି କିଛି ଘରୋଇ ଉପଚାର କହିବୁ ଯାହା ଆପଣକୁ ସିଗାରେଟ ଛାଡିବାରେ ସହଯୋଗ କରିବ:
ତେବେ ଆସନ୍ତୁ ଜାଣିବା କିଛି ଘରୋଇ ଉପଚାର ,
୧- ଡାଲିଚିନ୍ ଓ ମହୁ ବ୍ୟବହାର କରନ୍ତୁ । ଡାଲିଚିନ୍ କୁ ଗୁଣ୍ଡ କରି ସେଥିରେ ମହୁ ମିଶେଇ ସେବନ କରନ୍ତୁ ।
୨ – ଅଦା ଓ ଅଁଳାକୁ ଶୁଖାଇ ଗୁଣ୍ଡ କରି ତା ମଧ୍ୟରେ ଲେମ୍ବୁ ଓ ଲୁଣ ମିଶାଇ ଖାନ୍ତୁ ।
୩- ଜୁଆଣି ଓ ପାନମଧୁରୀକୁ ସମାନ ପରିମାଣରେ ନେଇ ତାକୁ ଗୁଣ୍ଡ କରି ଲେମ୍ବୁ ମିଶାଇ ରଖନ୍ତୁ । ସକାଳୁ ଟିକେ ଉଷୁମ କରି ଖାଅନ୍ତୁ ।
୪- ଖଟା ଫଳର ଜୁଷ୍ ପିଅନ୍ତୁ ।
୫- ପ୍ରତିଦିନ ୪ ଚାମୋଚ ପିଆଜ ରସ ପିଅନ୍ତୁ ।

LEAVE A REPLY

Please enter your comment!
Please enter your name here