ଖାଦ୍ୟ ଖାଇବା ପରେ ହେଉ କିମ୍ବା ଖାଇବା ପୂର୍ବରୁ ହେଉ ଶୋଷ ସମସ୍ତଙ୍କୁ ଲାଗେ. କିଏ ପାଣି କେତେ ପିଉଛି ତାହା ଜରୁରୀ ନୁହେଁ ବରଂ ଛିଡା ହୋଇ ପାଣି ପିଉଛନ୍ତି ନା ବସିକି ପିଉଛନ୍ତି ତାହା ଜରୁରୀ. ତେବେ ଆମେ ଆଜି କହିବୁ ଛିଡା ହୋଇ ପାଣି ପିଇଲେ କ’ଣ କ୍ଷତି ହୋଇଥାଏ ଏବଂ ବସିକି ପାଣି ପିଇଲେ କ’ଣ ଲାଭ ହୋଇଥାଏ. ତେବେ ପ୍ରଥମେ ଜାଣିବା ଆମକୁ ଦିନରେ କେତେ ପାଣି ପିଇବା ଦରକାର. ଏମିତିରେ ପାଣି ପିଇବା ଏକ ଭଲ ଅଭ୍ୟାସ ଏବଂ ସବୁଦିନ ପାଣି ପିଇବା ଦ୍ୱାରା ଶରୀର ବିଭିନ୍ନ ରୋଗରୁ ରକ୍ଷା ପାଇଥାଏ. ପ୍ରଚୁର ମାତ୍ରାରେ ପାଣି ପିଇବା ଦ୍ୱାରା ଶରୀରରୁ ଟକ୍ସିନ୍ସ ଏବଂ ଇନଫ୍ଲାମେସନ ଭଳି ବର୍ଜ୍ୟବସ୍ତୁ ନିଷ୍କାସିତ ହୋଇଥାଏ. ସେଥିପାଇଁ ଗୋଟିଏ ଦିନରେ ଆମକୁ ପ୍ରାୟ 2-3 ଲିଟର ପାଣି ପିଇବା ଆବଶ୍ୟକ ହୋଇଥାଏ.
ଖାଇବା ପରେ କାହିଁକି ତୁରନ୍ତ ପାଣି ପିଇବା ଅନୁଚିତ୍ ?
କୁହାଯାଏ ଖାଇବା ପରେ ସାଙ୍ଗେ ସାଙ୍ଗେ ପାଣି ପିଇଲେ ପାଚନ ତନ୍ତ୍ର ଉପରେ ଖରାପ ପ୍ରଭାବ ପଡିଥାଏ. ସେଥିପାଇଁ ଖାଦ୍ୟ ଖାଇବାର ଅଧ ଘଣ୍ଟା ହେଉ କିମ୍ବା ଏକ ଘଣ୍ଟା ପରେ ପାଣି ପିଇବା ଆବଶ୍ୟକ. ଏପରି ନ କଲେ ଖାଦ୍ୟ ସହ ପେଟରେ ଗ୍ୟାଷ୍ଟ୍ରିକ୍ ଜୁସ ତିଆରି ହୁଏ, ଯାହା ଫଳରେ ପେଟ ଓ ଛାତିରେ ଜଳାପୋଡା ହେବା ସହ ଖାଦ୍ୟ ଠିକ୍ ଭାବରେ ହଜମ ହୋଇନଥାଏ.
ଛିଡା ହୋଇ ପାଣି ପିଇଲେ କ’ଣ ହୁଏ ?
ଛିଡା ହୋଇ ପାଣି ପିଇଲେ ପାଣି ଫୁଡ୍ ପାଇପ୍ ଦ୍ୱାରା ପେଟ ଭିତରକୁ ଯାଇଥାଏ. ଯାହାଫଳରେ ଏହା ଆଖପାଖ ଅଙ୍ଗ ଉପରେ ଖରାପ ପ୍ରଭାବ ପକାଇଥାଏ. ପରେ ହଜମ ପ୍ରକ୍ରିୟାକୁ ବିଗାଡିଦିଏ. ଏହାଛଡା ଯେତେବେଳେ ଆମେ ବସିଥାଉ ସେତେବେଳେ ମସଲ୍ସ ଓ ନର୍ଭ ସିଷ୍ଟମ ରିଲାକ୍ସ ଥାଏ. ମାତ୍ର ଛିଡା ହୋଇ ପାଣି ପିଇବା ଦ୍ୱାରା ଏହା ହଜମ କ୍ରିୟାରେ ବାଧା ଉପୁଯାଏ. ଅନ୍ୟପଟେ ଠିକ୍ ଭାବରେ ପାଣିକୁ ଛାଣିବା କିଡନୀର କାମ ହୋଇଥାଏ. ମାତ୍ର ଯେତେବେଳେ ଆମେ ଛିଡା ହୋଇ ପାଣି ପିଉ, କିଡନୀ ତାର କାମ ଠିକ୍ ଭାବରେ ସଞ୍ଚାଳନ କରିପାରିନଥାଏ. ଫଳସ୍ୱରୂପ, ପାଣି ଠିକ୍ ଭାବରେ ଛାଣି ହୁଏ ନାହିଁ କି ପରିସ୍ରା ସଫା ହୁଏ ନାହିଁ. ଶରୀରର ବର୍ଜ୍ୟବସ୍ତୁ କିଡନୀରେ ଲାଗିରୁହେ. ଫଳରେ କିଡନୀ ସମସ୍ୟା ଦେଖାଦିଏ ଓ ୟୁରିନ୍ ଇନଫେକ୍ସନ ମଧ୍ୟ ହୁଏ.
ବସିକି ପାଣି ପିଇଲେ କ’ଣ ହୁଏ ?
ଯଦି ସକାଳୁ ବାସି ମୁହଁରେ ପାଣି ପିଆଯାଏ, ତାହାଲେ ଏହା ଶରୀର ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ. ସେଥିପାଇଁ ଦିନରେ ଆମକୁ 8 ଗ୍ଲାସ ପାଣି ପିଇବା ଦରକାର. ଥଣ୍ଡା ପାଣି ବଦଳରେ ଗରମ ପାଣି ପିଇବା ଶରୀରକୁ ଅଧିକ ଫାଇଦା ଦେଇଥାଏ.
- ଗରମ ପାଣି ପିଇବା ଦ୍ୱାରା ରକ୍ତ ସଫା ହୁଏ ଏବଂ ବିଷାକ୍ତ ପଦାର୍ଥ ଶରୀରରୁ ନିଷ୍କାସିତ ହୁଏ.
- ତ୍ୱଚାରେ ଚମକ ଆସେ ଏବଂ ଶରୀରକୁ ହାଇଡ୍ରେଟ୍ କରେ
- ନୂଆ କୋଷିକା ସୃଷ୍ଟି ହୁଏ ଏବଂ ମେଟାବୋଲିସମ୍ ଭଲ ରହେ
- ପାଚନ କ୍ରିୟା ଠିକ୍ ରହେ
- ଏହାଛଡା ପାଣି ପିଇଲେ ଓଜନ ହ୍ରାସ ହୁଏ. ସ୍କିନ୍ ହାଇଡ୍ରେଟ୍ ରହେ