ଭୁବନେଶ୍ୱର: ପ୍ରଥମର ଥର ଲାଗି କିମ୍ସ ରେ ସଫଳ କିଡନୀ ପ୍ରତ୍ୟାରୋପଣ କରାଯାଇଛି । କିମ୍ସରେ ଜଣେ ୨୩ ବର୍ଷୀୟ ଯୁବକଙ୍କଠାରେ ସଫଳ କିଡନୀ ପ୍ରତ୍ୟାରୋପଣ କରାଯାଇଛି । ଯୁବକ ଜଣକ ସୁସ୍ଥ ହେବା ପରେ ଘରକୁ ଫେରିଛନ୍ତି । ଯୁବକ ଜଣକ କିଡନୀ ରୋଗର ଶେଷ ପର୍ଯ୍ୟାୟ ଆକ୍ରାନ୍ତ ହୋଇ କିମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପ୍ରଥମ ଥର ଲାଗି କିମ୍ସ ହସ୍ପିଟାଲ୍ ଡାକ୍ତରୀଦଳ ଗତ ୧୯ ତାରିଖରେ ସଂପୃକ୍ତ ଯୁବକଙ୍କଠାରେ କିଡନୀ ପ୍ରତ୍ୟାରୋପଣ କରି ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି । ସଂପୃକ୍ତ ଯୁବକଙ୍କୁ ତାଙ୍କ ମାଆ କିଡନୀ ଦାନ କରିଥିଲେ ।
କିମ୍ସ ହସ୍ପିଟାଲର ନେଫ୍ରୋଲୋଜି ବିଭାଗର ଡା. ନିକୁଞ୍ଜ କିଶୋର ରାଉତ, ଡା. ଅଶ୍ୱିନୀ ପ୍ରସାଦ ପଟ୍ଟନାୟକ, ଡା. ରାଜେଶ କୁମାର ପାଢୀ, ଡା. କୁମାର ଅଭିଜିତ୍‍ ଦାଶ ଏବଂ ପ୍ରଫେସର ଡା. ସୁ୍‍ରେଶ ଚନ୍ଦ୍ର ଦାଶଙ୍କୁ ନେଇ ଗଠିତ ନେଫ୍ରୋଲୋଜି ଡାକ୍ତରୀଦଳ ଏବଂ ଡା. ସୁମନ୍ତ କୁମାର ମିଶ୍ର, ଡା.ଅମରେଶ ମିଶ୍ର, ଡା. ଜେ. ବି ଜଗଦ୍ଦେବ ଓ ଡା. ସୁମିତ୍‍ ପଣ୍ଡାଙ୍କୁ ନେଇ ଗଠିତ ଅସ୍ତ୍ରୋପଚାର ଡାକ୍ତରୀ ଦଳ, ନିଶ୍ଚେତକ ବିଭାଗର ଡା. ସଞ୍ଜୟ ବେହେରା, ଡା ଲବ କୁମାର ନାୟକ ଏବଂ ଡା. ଜି. ସି. ଶତପଥୀଙ୍କୁ ନେଇ ଗଠିତ ପ୍ରତ୍ୟାରୋପଣ ଟିମ୍‍ ଦ୍ୱାରା ସଂପୃକ୍ତ ଯୁବକଙ୍କଠରେ କିଡନୀ ପ୍ରତ୍ୟାରୋପଣ କରାଯାଇଥିଲା । ଡା. ନିକୁଞ୍ଜ କିଶୋର ରାଉତ ଏହି ଟିମର ନେତୃତ୍ୱ ନେଇଥିଲେ ।

LEAVE A REPLY

Please enter your comment!
Please enter your name here