ବର୍ତ୍ତମାନ ଲୋକମାନେ ନିଜର କାର୍ଯ୍ୟ ବ୍ୟସ୍ତତା ପାଇଁ ଠିକ୍ ଭାବରେ ଖାଦ୍ୟ ପେୟ ପ୍ରତି ଦୃଷ୍ଟି ଦେଇପାରୁନାହାନ୍ତି. ଯାହା ଫଳରେ ସେମାନଙ୍କ ଠାରେ ବିଭିନ୍ନ ପ୍ରକାର ରୋଗ ଦେଖାଯାଉଛି. ଯାହା ଭିତରେ ମଧୁମେହ, ଉଚ୍ଚ ରକ୍ତଚାପ, ମୁଣ୍ଡ ବୁଲାଇବା ଭଳି ରୋଗ ସାମିଲ୍ ଅଛି. ଆଉ ଏହି ରୋଗରୁ ମୁକ୍ତି ପାଇବା ପାଇଁ ସେମାନେ ଅନେକ ପ୍ରକାର ବିକଳ୍ପ ଆପଣଉଛନ୍ତି. ଖାଦ୍ୟପେୟରେ ଏତେ ସଚେତନତା ଅବଲମ୍ବନ ନ କଲେ ମଧ୍ୟ  ରୋଗ ମୁକ୍ତ ହେବା  ପାଇଁ ଫାଷ୍ଟଫୁଡ୍ ଠାରୁ ଦୂରେଇ ରହି ଫଳମୂଳ ଖାଉଛନ୍ତି. ହେଲେ ଫଳମୂଳ ଭିତରେ ଅଙ୍ଗୁର ଏପରି ଏକ ଫଳ ଯାହା ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ. ଅଙ୍ଗୁର ହେଉଛି ବଳବର୍ଦ୍ଧକ ଓ ସୌନ୍ଦର୍ଯ୍ୟବର୍ଦ୍ଧକ ଫଳ. ଫଳ ମଧ୍ୟରେ ଅଙ୍ଗୁରକୁ ସର୍ବୋତ୍ତମ ମନାଯାଏ. ଏଥିରେ ଥିବା ପଲିଫେନୋଲିକ୍ ଫିଟୋକେମିକାଲ୍ କ୍ୟାନସର୍ ଭଳି ରୋଗ ସହ ଲଢିବା ସହ ହୃଦରୋଗ, ଆଲଜାଇମର୍ ଓ ଫଙ୍ଗାଲ ସଂକ୍ରମଣରୁ ମଧ୍ୟ ଶରୀରକୁ ରକ୍ଷା କରିଥାଏ. ମଧୁମେହ ରୋଗୀ ନିୟମିତ ଭାବେ ଅଙ୍ଗୁର ଖାଇବା ଦ୍ୱାରା ଏହି ରୋଗରୁ ମୁକ୍ତି ପାଇଥାନ୍ତି. ଅଙ୍ଗୁରରେ ଥିବା ଆଣ୍ଟି ଅକ୍ସିଡାଣ୍ଟ  ମଧୁମେହ ରୋଗୀଙ୍କ ମେଟାବୋଲିକ୍ ସିନଡ୍ରମକୁ ସନ୍ତୁଳିତ ରଖିବା ସହ ଶରୀରରେ ଥିବା ଗ୍ଲୁକୋଜ ସ୍ତରକୁ ନିୟନ୍ତ୍ରିତ କରିଥାଏ.

LEAVE A REPLY

Please enter your comment!
Please enter your name here