କଡ ଲେଉଟାଇଲାଣି କି କରୋନା । କାଲିଠାରୁ ଆଜି ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୪୪୩ ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରେ ୧୮ ବର୍ଷରୁ କମ ବର୍ଗର ୭୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି କ୍ୱାରେଣ୍ଟାଇନରୁ ୨୫୮ ଏବଂ ଲୋକାଲ କେସ୍ ୧୮୫ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ଆଜି ବି ସର୍ବାଧିକ ୨୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୨୭, ମୟୂରଭଞ୍ଜରୁ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ୍ ଆକ୍ରାନ୍ତଙ୍କର ସଂଖ୍ୟା ୧୦ ଲକ୍ଷ ୩୫ ହଜାର ୭୭କୁ ବୃଦ୍ଧି ପାଇଛି । ସେହିପରି କରୋନାରେ ଆଜି ୩ ଜଣ ଆକ୍ରାନ୍ତଙ୍କର ପ୍ରାଣ ଯାଇଛି । ସୁନ୍ଦରଗଡ, ଜଗତସିଂହପୁର ଏବଂ କଟକରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ମୋଟ୍ ମୃତ୍ୟୁସଂଖ୍ୟା ୮ହଜାର ୨୮୫କୁ ବୃଦ୍ଧି ପାଇଛି । ସେହିଭଳି ମୋଟ୍ ଆକ୍ରାନ୍ତଙ୍କର ସଂଖ୍ୟା ୧୦ ଲକ୍ଷ ୩୫ ହଜାର ୭୭କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here