ସାଧାରଣତଃ ଆମେ ସକାଳେ ବ୍ରଶ୍ କରି ସାରିବା ପରେ କ’ଣ କରିଥାଉ. ବ୍ରଶ କରିବା ପରେ ପ୍ରାୟ ସମସ୍ତେ ଚା’ ପିଇବାକୁ ପସନ୍ଦ କରନ୍ତି. ଆଉ କେହି ନିଜର ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଗରମ ପାଣି ସହ ମହୁ ମଧ୍ୟ ଖାଇଥାନ୍ତି. ସକାଳୁ ଉଠିବା ପରେ ଜଣେ ବ୍ୟକ୍ତିକୁ କଣ ଖାଇବା ଉଚିତ୍ ସେହି ଅନୁସାରେ ସେମାନେ ନିଜର ସୂଚୀ ପ୍ରସ୍ତୁତ କରିଥାନ୍ତି. ତେବେ ଆୟୁର୍ବେଦ ଅନୁସାରେ, ସକାଳେ କିଛି ଜଳଖିଆ କରିବା ପୂର୍ବରୁ ଖାଲିପେଟରେ ଘିଅ ଖାଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ. ତାହେଲେ ଆସନ୍ତୁ ଜାଣିବା ଘିଅ ଖାଇଲେ କ’ଣ ଲାଭ ମିଳିଥାଏ..
ଖାଲିପେଟରେ ଘିଅ ଖାଇବା ଦ୍ୱାରା ଶରୀର ଭିତରେ ଥିବା କୋଷିକା ପୁନଃଜୀବିତ ହୋଇଥାଏ. ଯଦ୍ୱାରା ମୁହଁରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଆସିଥାଏ ଏନଂ ମୁହଁ ଭଲ ରହିଥାଏ. ଘିଅ ଖାଇଲେ ହୃଦୟରେ ଥିବା ଧମନୀ ସମ୍ବନ୍ଧୀୟ ରୋଗରୁ ମୁକ୍ତି ମିଳିଥାଏ. ଏହାଛଡା ଶରୀରରେ ଥିବା ଖରାପ କୋଲେଷ୍ଟେରୋଲକୁ ହଟାଇ ନୂଆ କଲେଷ୍ଟେରୋଲ ସ୍ତର ସୃଷ୍ଟି କରିବାରେ ଘିଅ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ. ଘିଅରେ ଆଣ୍ଟିଅକ୍ସିଡାଣ୍ଟସ ଓ ଆଣ୍ଟି-ଭାଇରାଲ ଗୁଣ ଭରପୂର ମାତ୍ରାରେ ରହିଥାଏ ଯାହା ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କ ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ. ଏଥିରେ ଥିବା ଭିଟାମିନ୍ ଓ ପୋଷକ ତତ୍ତ୍ୱ ହାଡକୁ ଶକ୍ତ ରଖିବାରେ ସାହାଯ୍ୟ କରିଥାଏ. ସେଥିପାଇଁ ଆମକୁ ପ୍ରତ୍ୟେକ ଦିନ ଘିଅ ଖାଇବା ଉଚିତ୍.