ଆଜିକାଲିର ଯୁବପିଢି ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ବିଭିନ୍ନ ପ୍ରକାର ଡାଏଟ୍ କରିବା ସହ ଜିମ୍ ଯାଉଛନ୍ତି.  ତା ପରେ ବି ସେମାନେ ସ୍ଲିମ୍ ଫିଗର ପାଇପାରୁନାହାନ୍ତି. ଅନ୍ୟପଟେ ସ୍ଲିମ୍ ଫିଗର ପାଇବା ବି ଏତେ ସହଜ କଥା ନୁହେଁ. ସେଥିପାଇଁ ବହୁତ ପରିଶ୍ରମ କରିବାକୁ ପଡେ. ହେଲେ ଆମେ ଯଦି ଆପଣଙ୍କୁ କହିବୁ ଗୋଟିଏ ଫଳ ଖାଇ ଆପଣ ସ୍ଲିମ୍ ଫିଗ ପାଇପାରିବେ. ତାହାଲେ ଆପଣ  ଏ କଥାକୁ ସହଜରେ ବିଶ୍ୱାସ କରିପାରିବେ ନାହିଁ. ବିଶ୍ୱାସ ନ ହେଲେ ମଧ୍ୟ ଏହା ସତ. ଆପଣ ଜାମୁକୋଳି ଖାଇବା ଦ୍ୱାରା ବହୁତ ଜଲଦି ପତଳା ହୋଇପାରିବେ. ସ୍ୱାଦରେ ଖଟାମିଠା ଥିବା ଜାମୁକୋଳି ସାଧାରଣତଃ ଖରାଦିନେ ମିଳିଥାଏ. ଏହି କୋଳିରେ ଭରପୂର ମାତ୍ରାରେ ମିନେରାଲ୍ସ ଓ ଭିଟାମିନ୍ ରହିଥାଏ ଯାହା ଶରୀର ପାଇଁ ଅତି ଦରକାରୀ ହୋଇଥାଏ. ଜାମୁକୋଳିରେ ଡାଏଟ୍ରି ଫାଇବର ଭରପୂରମାତ୍ରାରେ ରହିଥାଏ ଯାହାମଧ୍ୟରେ ସର୍ବିଟାଲ ଓ ଆଇସୋଟିନ ମୁଖ୍ୟ ଉପାଦାନ ଅଟେ. ଏହା ଖରାଦିନେ ମିଳୁଥିବାରୁ ସେହି ସମୟରେ ଆପଣ ଏହାକୁ ଖାଇବା ଦରକାର. 100 ଗ୍ରାମ୍ ଜାମୁକୋଳିରେ ପ୍ରାୟ 46  କ୍ୟାଲେରୀ ରହିଥାଏ ଯାହା ଅନ୍ୟଫଳ ତୁଳନାରେ କମ୍. ଏହି କାରଣରୁ ଏହି କୋଳି ଆପଣଙ୍କ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ. ଦୁଇରୁ ତିନି ମାସ ପର୍ଯ୍ୟନ୍ତ ଏହି କୋଳିକୁ ନିୟମିତ ଭାବେ ଖାଇବା ଦ୍ୱାରା ଆପଣଙ୍କ ଓଜନ ହ୍ରାସ ହୋଇପାରିବ.

LEAVE A REPLY

Please enter your comment!
Please enter your name here