ସୁନ୍ଦର ଚେହରା କିଏ ବା ନ ଚାହେଁ । ସୁନ୍ଦର ଚେହେରା ସବୁବେଳେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ । ସେ କୈାଣସି ପାର୍ଟି ହେଉ ବା ଫଙ୍କସନ୍ । ସମସ୍ତେ ନିଜକୁ ଅନ୍ୟଠାରୁ କିଛି ଅଲଗା ଦେଖାଯିବାକୁ ଚାହାନ୍ତି । କିନ୍ତୁ ବୟସ ବଢିବା ସହିତ ଧିରେ ଧିରେ ତ୍ୱଚାରେ ପରିବର୍ତ୍ତନ ଆସିଥାଏ । ଚମ ଲୋଚାକୋଚା ହୋଇଯାଏ । ଏବଂ ଆପଣ ବୁଢୀଭଳି ଦେଖାଯିବାକୁ ଲାଗିଥାନ୍ତି । ଯଦି ଆପଣ ପରିଣତ ବୟସରେ ଚେହେରାରେ ଚମକ ଆଣିବାକୁ ଚାହୁଁଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଟିପ୍ସ ଦେବାକୁ ଯାଉଛୁ । ଯାହା ଆପଣଙ୍କ ତ୍ୱଚାକୁ ରଖିବ ସୁନ୍ଦର ଏବଂ ଚମକ । ଗୁଡକୁ ସମସ୍ତେ ନିଜ ନିଜ ଘରେ ବ୍ୟବହାର କରୁଥିବେ । ଗୁଡର ପାଉଡର ସହିତ ଅଙ୍ଗୁରର ରସ ସମାନ ମାତ୍ରାରେ ନିଅନ୍ତୁ । ଏଥିରେ ଗୋଟେ ଚାମଚ ଥଣ୍ଡା ନାଲି ଚାହା ଏବଂ ୪ ଭାଗରୁ ଏକ ଭାଗ ହଳଦୀ ପାଉଡର ମିଶାଇ ଏକ ପେଷ୍ଟ ବନାନ୍ତୁ । ଏହି ପେଷ୍ଟ ପ୍ରସ୍ତୁତ କରିବାବେଳେ ପାଣି ଜାଗାରେ ଆପଣ ଗୋଲାପ ଜଳ ମିଶାଇପାରନ୍ତି । ଏହି ପେଷ୍ଟକୁ ୧୫ ମିନିଟ ପର୍ଯ୍ୟନ୍ତ ମୁହଁରେ ଲଗାଇ ରଖନ୍ତୁ । ଶୁଖିଯିବା ପରେ ଉଷୁମ ପାଣିରେ ଧୋଇଦିଅନ୍ତୁ । ଦେଖିବେ ଆପଣଙ୍କ ତ୍ୱଚା ଚମକିବାକୁ ଲାଗିବ ।