ବିଭିନ୍ନ ଔଷଧ ନିର୍ମାତା କଂପାନୀମାନେ ସେମାନଙ୍କ ଔଷଧ ବିକ୍ରି କରିବା ପାଇଁ ମେଡିସିନ ରିପ୍ରେଜେଣ୍ଟେଟିଭମାନଙ୍କ ଦ୍ବାରା ଡାକ୍ତରମାନଙ୍କୁ ପ୍ରଭାବିତ କରିଥାନ୍ତି । କଂପ୍ଲିମେଣ୍ଟାରୀ ମେଡିସନ ଓ ଉପହାର ପ୍ରଦାନ କରିଥାନ୍ତି । ତେବେ ମେଡିସିନ ରିପ୍ରେଜେଣ୍ଟେଟିଭିଙ୍କ ଦ୍ବାରା ଡାକ୍ତରମାନେ ପ୍ରଭାବିତ ହେବା ପୂର୍ବରୁ ଔଷଧର ଗୁଣାତ୍ମକ ମାନ ପରଖିଥାନ୍ତି । ମାତ୍ର ମେଡିସିନ ବିକ୍ରି କରିବା ପାଇଁ ଔଷଧ କଂପାନୀ ପକ୍ଷରୁ ଡାକ୍ତରମାନଙ୍କୁ ଲାଞ୍ଚ ଦେବା ଭଳି ପ୍ରକ୍ରିୟା କେବେ ଦେଖିବାକୁ ମିଳୁ ନ ଥିଲା । ଏବେ ମେଡିସିନ ମାର୍କେଟରେ ପ୍ରତିଦ୍ବନ୍ଦିତା ପାଇଁ କଂପାନୀମାନେ ଭିନ୍ନ ଭିନ୍ନ ପନ୍ଥା ଆପଣେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଡୋଲୋ 650 ପାରାସିଟାମଲ ଲେଖିବା ପାଇଁ ସଂପୃକ୍ତ କଂପାନୀ ଡାକ୍ତରମାନଙ୍କୁ ଲାଞ୍ଚ ଦେଉଥିବା ଅଭିଯୋଗ ହୋଇଛି । ଫେଡେରେସନ ଅଫ ମେଡିକାଲ ସେଲ୍ସ ଆଣ୍ଡ ରିପ୍ରିଜେଣ୍ଟେଟିଭ ପକ୍ଷରୁ ଏ ସଂପର୍କରେ ସୁପ୍ରିମକୋର୍ଟରେ ଅଭିଯୋଗ କରାଯାଇଛି । ଆଣ୍ଟି ଫିଭର ମେଡିସିନ ଭାବେ ଡୋଲୋ 650 ବ୍ୟବହାର ପାଇଁ କଂପାନୀ ସିଧାସଲଖ ଡାକ୍ତରମାନଙ୍କୁ ଲାଞ୍ଚ ଦେବା ପାଇଁ 1 ହଜାର କୋଟି ଟଙ୍କା ବିନିଯୋଗ କରିଛି । ଆୟକର ବିଭାଗ ପକ୍ଷରୁ ଡୋଲୋ 650 ନିର୍ମାତା ମାଇକ୍ରୋ ଲାବ ଲିମିଟେଡର ବେଙ୍ଗାଲୁର ସ୍ଥିତ ଅଫିସ ରେଡ୍ କରିଛି । ଏଭଳି ସାଂଘାତିକ ଘଟଣାକୁ ନେଇ କୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି, ଏହା ଅତ୍ୟନ୍ତ ଗୁରୁତର ପ୍ରସଙ୍ଗ ।
ଡାକ୍ତରମାନଙ୍କୁ ଉପହାର ସହ ହଜାରେ ଟଙ୍କା ଲେଖାଁଏ ଦିଆଯାଉଥିବା ଜଣାପଡିବା ପରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି । ମେଡିସିନ ସଂପର୍କରେ ଡାକ୍ତରମାନଙ୍କୁ ମେଡିସିନ ରିପ୍ରେଜେଣ୍ଟେଟିଭମାନେ ଅବଗତ କରାଇବା ଯଥାର୍ଥ । କିନ୍ତୁ ଡାକ୍ତରମାନଙ୍କୁ ପ୍ରଲୋଭିତ କରିବା ଦ୍ବାରା ଏହାର କୁପରିଣାମ ରୋଗୀମାନଙ୍କୁ ପ୍ରଭାବିତ କରିବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here