ଣ ନଡିଆ ତେଲ ଆପଣଙ୍କ ଦେହ ପାଇଁ ଖରାପ ? ସତରେ କଣ ଏହା  ଶରୀର ପାଇଁ କ୍ଷତିକାରକ ? ଏହା ଆମ ସ୍ୱାସ୍ଥ୍ୟ ପାଇଁ ଭଲ କି ଖରାପ ତାକୁ ନେଇ ସାରାଦେଶରେ ବର୍ତ୍ତମାନ ତର୍କବିତର୍କ ଚାଲିଛି. ନଡିଆ ତେଲ ବିଷ ସହ ସମାନ ବୋଲି ଆମେରିକାର ହାଭାର୍ଡ ୟୁନିଭରସିଟିର ଜଣେ ପ୍ରଫେସର କହିଛନ୍ତି. ତାଙ୍କ କହିବା ଅନୁସାରେ, ଖାଇବା ପିଇବାରେ ନଡିଆ ତେଲର ବ୍ୟବହାର ହୃଦରୋଗର କାରଣ ଏବଂ ଏଥିରେ ସାଚୁରେଟେଡ ଫ୍ୟାଟର ମାତ୍ରା 87 ପ୍ରତିଶତ ଅଛି, ଯାହା ଶରୀରରେ ଏଲଡିଏଲ କୋଲୋଷ୍ଟ୍ରୋଲର ପରିମାଣକୁ ବଢାଇଥାଏ. କିନ୍ତୁ ଆମେରିକାର କେମ୍ବ୍ରିଜ ୟୁନିଭରସିଟିର ରିପୋର୍ଟ ଅଲଗା କଥା କହୁଛି. ନଡିଆ ତେଲର ବ୍ୟବହାର ଶରୀର ପାଇଁ ଭଲ ଏବଂ ଏହା ଦ୍ୱାରା ହାର୍ଟ ଆଟାକ୍ ଭଳି ରୋଗ ଦୂର ହୋଇଥାଏ. 2016 ରେ ଆମେରିକାର ଏକ ପତ୍ରିକା ‘ ଦି ନ୍ୟୁୟୋର୍କ ଟାଇମ୍ସ’ ନଡିଆ ତେଲ ବ୍ୟବହାର କରୁଥିବା ଲୋକଙ୍କ ଉପରେ ଏକ ରିସର୍ଚ କରିଥିଲା, ଯେଉଁଥିରେ 72 ପ୍ରତିଶତ ଲୋକ ନଡିଆ ତେଲ ଶରୀର ପାଇଁ ଭଲ ବୋଲି କହିଥିଲେ. 

LEAVE A REPLY

Please enter your comment!
Please enter your name here