ଆଜ୍ଞା ହଁ, ଆପଣ ଠିକ୍ ପଢିଛନ୍ତି. ଭାତ ଖାଇଲେ ହୋଇପାରେ ଏହି ରୋଗ. ଏହି କଥା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ. ହେଲେ ଏହା ସଂପୂର୍ଣ୍ଣରୂପେ ସତ. ପ୍ରତ୍ୟେକଦିନ ହ୍ୱାଇଟ ପଲିସ ଚାଉଳର ଭାତ ଖାଇବା ଦ୍ୱାରା ଟାଇପ୍ 2 ଡାଇବେଟିସ୍ ଓ ଅଧିକ ମୋଟା ହେବାର ଆଶଙ୍କା ରହିଥାଏ ବୋଲି ହାଭାର୍ଡ ସ୍କୁଲ ଅଫ୍ ପବ୍ଲିକ ହେଲଥର ଏକ ଗବେଷଣାରୁ ଜଣାପଡିଛି. ଏମ୍ସର ଡାଏଟିସିଆନ ରେଖା ପାଲ ଶାହ କହିଛନ୍ତି ଯେ, ହ୍ୱାଇଟ ପଲିସ ଚାଉଳରେ ଫାଇବର ଓ ନ୍ୟୁଟ୍ରିଅନ୍ସର ମାତ୍ରା କମ୍ ପରିମାଣରେ ରହିଥାଏ, ଯାହା ଶରୀରରେ ରୋଗ ସୃଷ୍ଟି କରିଥାଏ. ତେବେ ଆସନ୍ତୁ ଜାଣିବା ଏହାକୁ ଖାଇଲେ କେଉଁ ରୋଗ ହୋଇଥାଏ ?

ଏଥିରେ କାର୍ବୋହାଇଡ୍ରେଟର ପରିମାଣ ବେଶି ଥାଏ. ଯାହା ଫଳରେ ଶରୀରର ଓଜନ ବଢିଥାଏ. ଏହାକୁ ଖାଇବା ଦ୍ୱାରା ଡାଇବେଟିସ ହେବାର ଭୟ ମଧ୍ୟ ରହିଥାଏ. ଗୋଟିଏ କପ୍ ହ୍ୱାଇଟ ପଲିସ୍ ରାଇସ୍ ରେ 10 ଚାମଚ ଚିନିର କ୍ୟାଲୋରୀ ରହିଥାଏ. ଯାହାଫଳରେ ଡାଇବେଟିସ ହେବାର ଆଶଙ୍କା ଦ୍ୱିଗୁଣ ବଢିଯାଏ. ଏହି ରାଇସ୍ ରେ ନ୍ୟୁଟ୍ରିଅନ୍ସର ମାତ୍ରା ବହୁତ କମ୍ ରହିଥାଏ. ଯାହାକୁ ଖାଇବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣର ଭିଟାମିନ୍ସ ଓ ମିନେରାଲ୍ସ ମିଳିନଥାଏ. ପରେ ପ୍ରତ୍ୟେକଦିନ ଏହି ରାଇସ ଖାଇବା ଫଳରେ ପେଟ ଜଲଦି ପୂରି ଯାଏ ଆଉ ଜଲଦି ଭୋକ ମଧ୍ୟ ଲାଗେ. ଯାହାଫଳରେ ଓଭରହିଟିଂ ଭଳି ସମସ୍ୟା ଦେଖାଦିଏ. ହ୍ୱାଇଟ ରାଇସ୍ ରେ ଭିଟାମିନ୍- ସି ର ମାତ୍ରା ବହୁତ କମ୍ ରହିଥାଏ. ଯାହାଫଳରେ ହାଡ ଦୁର୍ବଳ ହୋଇଥାଏ. ଅନ୍ୟପଟେ ଏଥିରେ ଫାଇଭର ନଥିବାରୁ ଏହା ହଜମକ୍ରିୟାରେ ବାଧା ସୃଷ୍ଟି କରିଥାଏ. ସେଥିପାଇଁ ଅତ୍ୟଧିକ ହ୍ୱାଇଟ ପଲିସ ରାଇସ ଖାଇବା ଶରୀରପକ୍ଷେ କ୍ଷତିକାରକ.

 

 

 

 

LEAVE A REPLY

Please enter your comment!
Please enter your name here