କରୋନାରେ ବହୁ ଶିଶୁ ଆକ୍ରାନ୍ତ ହେଉଥିବାରୁ ପ୍ରତି ହସପିଟାଲରେ ପେଡିଆଟ୍ରିକ କୋଭିଡ ଉଇଙ୍ଗ ଗଠନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆଜି ସ୍ବାସ୍ଥ୍ୟ ବିଭାଗ ସଚିବ ସବୁ ଜିଲ୍ଲାପାଳମାନଙ୍କୁ ଏ ନେଇ ନିର୍ଦ୍ଦେଶ ଦେବା ସହ ଶିଶୁମାନଙ୍କର କୋଭିଡ ଚିକିତ୍ସାରେ ଯେପରି ତ୍ରୁଟି ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ କହିଛନ୍ତି । କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସରଣ କରିବା ଉପରେ ଗୁରୁତ୍ବ ଦେଇଛନ୍ତି । ପ୍ରତି ହସପିଟାଲରରେ 15 ପ୍ରତିଶତ ସଂରକ୍ଷଣ ଶିଶୁମାନଙ୍କ ପାଇଁ ରହିବ । ପିଲାମାନଙ୍କ ପାଖରେ ବାପା, ମାଆଙ୍କ ମଧ୍ୟରୁ ଜଣେ କେହି ଆଟେଣ୍ଡାଣ୍ଟ ରହିପାରିବେ । ସେହିପରି ଶିଶୁମାନଙ୍କ ପାଇଁ ଆଇସିୟୁ ସଂରକ୍ଷଣ ରଖିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି । କଟକସ୍ଥିତ ଏସଭିପିଜିଆଇପି ଏହାର ନୋଡାଲ ସଂସ୍ଥା ଭାବେ କାର୍ଯ୍ୟ କରିବ । କୋଭିଡ ଆକ୍ରାନ୍ତ ଶିଶୁମାନଙ୍କ ଚିକିତ୍ସା ନିମନ୍ତେ ବୈଷୟିକ ସହାୟତା ୟୋଗାଇଦେବ ।

LEAVE A REPLY

Please enter your comment!
Please enter your name here