ପ୍ରତିଟି ଘରେ ଲବଙ୍ଗ ଅତି ସହଜରେ ମିଳିଯାଏ. ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଆମ ଶରୀର ପାଇଁ କେତେ ଉପକାରୀ ହୋଇଥାଏ ତାକୁ ବହୁତ କମ୍ ଲୋକ ଜାଣିଥାନ୍ତି. ପ୍ରତିଦିନ ରାତିରେ ଆପଣ ଶୋଇବା ପୂର୍ବରୁ ଯଦି ଦୁଇଟି ଲବଙ୍ଗ ସହ ଉଷୁମ ପାଣି ପିଉଥାନ୍ତି ତାହାଲେ ଏହା ଆପଣଙ୍କ ପାଇଁ କେତେ ଲାଭଦାୟକ ତାହା ଆପଣ ବିଶ୍ୱାସ କରିପାରିବେନି. ବିଭିନ୍ନ ପ୍ରକାର ବ୍ୟଞ୍ଜନରେ ସ୍ୱାଦ ବଢାଇବା ପାଇଁ ଲବଙ୍ଗର ବ୍ୟବହାର କରାଯାଏ. ଏହାଛଡା ଲବଙ୍ଗରେ ଔଷଧୀୟ ଗୁଣ ଭରି ରହିଥିବାରୁ ଏହାକୁ ବିଭିନ୍ନ ପ୍ରକାର ଔଷଧ ପ୍ରସ୍ତୁତ କରିବାରେ ମଧ୍ୟ ବ୍ୟବହାର କରାଯାଏ. ଯଦି କୌଣସି ବ୍ୟକ୍ତିଙ୍କର ପେଟରେ ଯନ୍ତ୍ରଣା ଥାଏ କିମ୍ବା ପାଚନ ତନ୍ତ୍ର ଦୁର୍ବଳ ଥାଏ ତାହାଲେ ତାଙ୍କୁ ପ୍ରତିଦିନ ରାତିରେ ଖାଇବା ପୂର୍ବରୁ 2ଟି ଲବଙ୍ଗ ସହ ଉଷୁମ ପାଣି ପିଇବା ଦରକାର ଓ ଖାଦ୍ୟ ଖାଇବା ପରେ ଗୋଟିଏ ଲବଙ୍ଗକୁ ଚୋବାଇ ଖାଇବା ଦରକାର. ଏହାଛଡା ଲବଙ୍ଗକୁ ଆପଣ ଫେସପ୍ୟାକ୍ କରି ମଧ୍ୟ ବ୍ୟବହାର କରିପାରିବେ. ବ୍ୟବହାର କରୁଥିବା କ୍ରିମ୍ ରେ ଲବଙ୍ଗ ମିଶାଇ ମଧ୍ୟ ବ୍ୟବହାର କରିପାରିବେ. ଆୟୁର୍ବେଦ ଶାସ୍ତ୍ରରେ ଡାଇବେଟିସ ପ୍ରତିକାର ପାଇଁ ଲବଙ୍ଗ ବ୍ୟବହାର କରାଯାଏ. ଲବଙ୍ଗ ବ୍ଲଡ ସୁଗାର ସ୍ତରକୁ ନିୟନ୍ତ୍ରଣ କରିଥାଏ. ଏହାଛଡା ମୁଣ୍ଡବିନ୍ଧା ସମୟରେ ଦୁଇଟି ଲବଙ୍ଗ ନେଇ ଗରମ ପାଣି ସହ ଖାଇଲେ ମୁଣ୍ଡବିନ୍ଧାରୁ ଉପଶମ ମିଳିଥାଏ.