ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଓଡିଶା । ପ୍ରତ୍ୟେକ ଜିଲ୍ଲାରେ ଏମିତି ଅନେକ ସୁନ୍ଦର ସ୍ଥାନ ରହିଛି, ଯାହାର ପ୍ରାକୃତିକ ଶୋଭାରାଜି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଆସିଛି । ଆମେ ଆଜି ଆପଣଙ୍କୁ ଏମିତି ଏକ ଜାଗାକୁ ନେଇଯିବୁ, ଯାହାକୁ ଦେଖିଲେ ଆପଣ ସେଠାରୁ ଫେରିବାକୁ ଚାହିଁବେନି । ଆସନ୍ତୁ ଯିବା ମୟୂରଭଞ୍ଜ ଜିଲ୍ଲାର ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଶମିବୃକ୍ଷ ଓ କାଳ ଡ୍ୟାମ । ଶମି ବୃକ୍ଷ ସ୍ଥାନ ପଛରେ ରହିଛି ଗୋଟିଏ ସୁନ୍ଦର କିମ୍ବଦନ୍ତିô । ପୌରାଣିକ ଯୁଗରେ ପଂଚୁୁପାଣ୍ଡବ ଅଗ୍ୟାତ ବାସ ସମୟରେ ନିଜର ଅସ୍ତ୍ର ଶସ୍ତ୍ରକୁ ଏହି ଶମିବୃକ୍ଷରେ ଲୁଚାଇ ରଖିଥିଲେ । କ୍ରମେ ସେହି ବୃକ୍ଷ ଏକ ପାହାଡରେ ପରିଣତ ହୋଇଛି । ଯାହା ଏବେ ଶମି ବୃକ୍ଷ ପାହାଡ ନାମରେ ଦଣ୍ଡାୟମାନ । ଶମି ବୃକ୍ଷ ନିକଟରେ ରହିଛି କାଳ ଡ୍ୟାମ । ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ କାଳଡ୍ୟାମରେ ବୋଟିଂ ବ୍ୟବସ୍ଥା କରାଯାଇଛି । ପୌରାଣିକ କିମ୍ବଦନ୍ତୀ ଆଧାରିତ ଶମି ବୃକ୍ଷ ପାହାଡ ଏବଂ ପାଦଦେଶରେ କାଳ ଡ୍ୟାମରେ ବୋଟିଂର ମଜା ନେବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ଭିଡ ଜମାନ୍ତି ଶୀତ ରୁତୁରେ । ଛୋଟ ଛୋଟ ପିଲାଙ୍କ ପାଇଁ ଏହି ଶମି ବୃକ୍ଷ ଅଂଚଳରେ ରହିଛି ସ୍ୱତନ୍ତ୍ର ପାର୍କର ବ୍ୟବସ୍ଥା । ଯଦି ଆପଣ କେବେ ମୟୁରଭଂଜ ଜିଲ୍ଲାକୁ ବୁଲିବାକୁ ଆସୁଛନ୍ତି, ତେବେ ଶମିବୃକ୍ଷ ପାହାଡ ବୁଲିବାକୁ ଯେମିତି ନ ଭୁଲନ୍ତି ।

LEAVE A REPLY

Please enter your comment!
Please enter your name here