ଚାରିଆଡେ ବଣ ପାହାଡ ଘେରା ପରିବେଶ । ଏହା ମଝିରେ ରହିଛି ପ୍ରାକୃତିକ ଝରଣା । ଝରଝର ହୋଇ ପାହାଡ ଉପରୁ ଝରି ଆସୁଛି ପାଣିର ସୁଅ । ଘଞ୍ଚ ଜଙ୍ଗଲ ଭିତରେ ଏହି ଝରଣାର ଦୃଶ୍ୟ କୌଣସି ଲୋକକୁ ବି ଆନମାନା କରିଦେବ । ବଣ ପାହାଡ ଘେରାରେ ଥିବା ଏହି ସ୍ଥାନଟି ହେଉଛି ଗୁଡହାଣ୍ଡି ଡୋକ୍ରି ଚଞ୍ଚରା । କଳାହାଣ୍ଡି ଜିଲ୍ଲାର ଏକ ପସିଦ୍ଧ ପର୍ଯ୍ୟଟନସ୍ଥଳୀ । କୋକସରା ବ୍ଲକ ସଦର ମହକୁମା ଠାରୁ ୨୨ କି.ମି ରାସ୍ତା ଅତିକ୍ରମ କଲାପରେ ଆଖି ଆଗରେ ଝଲସି ଉଠେ ଗୁଡହାଣ୍ଡି ଡୋକରୀ ଚଞ୍ଚରାର ଦୁଇ ଜଳପ୍ରପାତ । ଶୀତ ଦିନ ଆସିଲେ ଜମିଯାଏ ପର୍ଯ୍ୟଟକଙ୍କ ଭିଡ । କିଏ ଭଗବାନଙ୍କ ଦର୍ଶନରେ ବ୍ୟସ୍ତ ଅନ୍ୟ କିଏ ପ୍ରକୃତିର ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରୁଛି । ଜଳ ପ୍ରପାତ , ଝରଣା , ପାହାଡ, ଦୀର୍ଘ ଚଟାଣ ଦର୍ଶକଙ୍କୁ ଏଠାରେ ବାନ୍ଧି ରଖେ । ଖାଲି ସେତିକି ନୁହଁ ବନ୍ଧୁ ପ୍ରିୟଜନକଙ୍କ ସହ ଖୋଲା ଆକାଶ ତଳେ ବଣଭୋଜିର ମଜା ହାତଛଡା କରିବାକୁ କେହି ବି ଚାହୁଁନାହାଁନ୍ତି । ଜଳପ୍ରପାତ ବୁଲି ଦେଖିବା ସହ ଝରଣା ଜଳରେ ଗାଧୋଇବାର ମଜା ବିି ପର୍ଯ୍ୟଟକ ନେଉଛନ୍ତ । ବଣ ଭୋଜି ପାଇଁ ଏହାଠାରୁ ଆଉ ଅଧିକ ଭଲସ୍ଥାନ କଣ ବା ହୋଇପାରେ । ଡୋକରି ଚଞ୍ଚରାରେ ପର୍ଯ୍ୟଟକଙ୍କ ଭିଡ ଜମୁଥିଲେ ମଧ୍ୟ ଏହି ସ୍ଥାନ ଅବହେଳାର ଶୀକାର ହେଉଥିବା ସ୍ଥାନୀୟ ଲୋକେ କୁହନ୍ତି ।

LEAVE A REPLY

Please enter your comment!
Please enter your name here