ଆଜି ହେଉଛି ‘ବକ୍ରି ଇଦ୍’ ବା ଇଦ୍ ଉଲ ଅଜହା’ । ବିଭିନ୍ନ ମସଜିଦରେ ମୁସଲମାନ ସମ୍ପ୍ରଦାୟର ଭାଇଭଉଣୀମାନେ ଦେଶର ବିଭିନ୍ନ ସ୍ଥାନରେ ନମାଜ ପାଠ କରିବା ସହ ବକରି ଇଦ୍ ପାଳନ କରିଛନ୍ତି । ଇସଲାମ ଧର୍ମ ଅନୁଯାୟୀ ହଜରତ୍ ଇବ୍ରାହିମ ଆଲ୍ଲାଙ୍କ ଉଦ୍ଦେଶ୍ୟରେ ନିଜ ପୁଅ ହଜରତ ଇସମାଇଲଙ୍କୁ ବଳି ଦେବାକୁ ଯାଇଥିଲେ । କିନ୍ତୁ ଆଲ୍ଲା , ଇବ୍ରାହିମଙ୍କ ନିଷ୍ଠା ଦେଖି ତାଙ୍କ ଉପରେ ଖୁସି ହୋଇଯାଇଥିଲେ ଓ ପୁଅର ଜୀବନ ରକ୍ଷା କରିଥିଲେ । ସେବେଠାରୁ ଇବ୍ରାହିମଙ୍କ ମହାନ ତ୍ୟାଗ ଓ ନିଷ୍ଠାକୁ ମନେ ପକାଇ ପ୍ରତିବର୍ଷ ଏହି ପର୍ବ ପାଳନ କରାଯାଏ.

LEAVE A REPLY

Please enter your comment!
Please enter your name here