ଟ୍ରେଣ୍ଡବ୍ରିଜ ଟେଷ୍ଟରେ ଭାରତର ଦମଦାର ବିଜୟ। ଇଂଲଣ୍ଡକୁ ୨୦୩ ରନରେ ହରାଇ ବାଜି ମାରନେଇଛି ଭାରତ। ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୩୧୭ ରନରେ ଅଲଆଉଟ ହୋଇଥିଲା। ପ୍ରଥମ ୨ଟି ଟେଷ୍ଟ ହାରିବା ପରେ ଏହା ହେଉଛି ଭାରତର ପ୍ରଥମ ବିଜୟ। ଦମଦାର ବ୍ୟାଟିଂ ପାଇଁ ବିରାଟ କୋହଲିଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଛି। ଇଂଲଣ୍ଡ ବିପକ୍ଷରେ ପ୍ରଥମ ଓ ଦ୍ୱିତୀୟ ଟେଷ୍ଟ ହାରିବା ପରେ ତୃତୀୟ ଟେଷ୍ଟକୁ ୨୦୩ ରନ୍ରେ ଜିତି ଭାରତୀୟ ଦଳ ୫ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ଫେରିଛି। ମ୍ୟାଚର ଶେଷ ଦିନ ଜିତିବା ଲାଗି ଆବଶ୍ୟକ ଥିବା ଗୋଟିଏ ଉଇକେଟକୁ ମାତ୍ର ୧୭ଟି ଦଳରେ ଅକ୍ତିଆର କରିନେଇଛି। ଏହି ଉଇକେଟ ରବି ଚନ୍ଦ୍ର ଅଶ୍ୱିନ ନେଇଛନ୍ତି। ଫଳରେ ଇଂଲଣ୍ଡ ଦଳ ୩୧୭ରନରେ ଅଲଆଉଟ ହୋଇ ପରାଜୟ ବରଣ କରିଛି ।

LEAVE A REPLY

Please enter your comment!
Please enter your name here